ସମଲିଙ୍ଗୀ ବିବାହକୁ ଆଇନସମ୍ମତ କରିବା ପାଇଁ ସଂସଦରେ ସ୍ୱର ଉଠାଇଲେ ଏନସିପି ସାଂସଦ ସୁପ୍ରିୟା ସୁଲେ

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ମିଳିବ ଆଇନସମ୍ମତି | ଏନେଇ ସଂସଦରେ ସ୍ୱର ଉଠାଇଛନ୍ତି ଏନସିପି ସାଂସଦ ସୁପ୍ରିୟା ସୁଲେ | ଏଥିପାଇଁ ସେ ଶୁକ୍ରବାର ସଂସଦରେ ଏକ ପ୍ରାଇଭେଟ୍ ମେମ୍ବର ବିଲ୍‌ ମଧ୍ୟ ଉପସ୍ଥାପନ କରିଛନ୍ତି। ସମଲିଙ୍ଗୀ ବିବାହ ତଥା LGBTQIA ଦମ୍ପତି ସମ୍ପର୍କକୁ ଆଇନଗତ ସ୍ୱୀକୃତୀ ମିଳିବା ଉଦ୍ଦେଶ୍ୟରେ ସେ ଏହି ବିଲ୍‌ ଉପସ୍ଥାପନ କରିଥିବା ବେଳେ, ସୁପ୍ରିୟା ସୋଲେଙ୍କ ଆଭିମୁଖ୍ୟକୁ ସମର୍ଥନ କରି ଡିଏମକେ ଏମପି ଡିଏଭିସେନ୍ଥିଲ କୁମାର ଏସ୍‌ ମଧ୍ୟ ସମାନ ବିଲ ଉପସ୍ଥାପନ କରିଛନ୍ତି। LGBTQIA ସମ୍ପ୍ରଦାୟଙ୍କୁ ବଞ୍ଚିବା ପାଇଁ ମାନବୀୟ ସ୍ୱାଭିମାନର ମର୍ଯ୍ୟାଦା ମିଳୁ ବୋଲି ସେ ଦାବି କରିଛନ୍ତି ।

ସ୍ୱତନ୍ତ୍ର ମ୍ୟାରେଜ ଆକ୍ଟ,୧୯୫୪ର ସଂଶୋଧନ କରାଯିବାକୁ ସୁପ୍ରିୟା ଉକ୍ତ ବିଲ୍‌ରେ ପ୍ରସ୍ତାବ ଦେଇଛନ୍ତି। ନୂତନ ପ୍ରସ୍ତାବ ଅନୁଯାୟୀ ଯଦି ଉଭୟ ପୁ଼ଅ ହୋଇଥିବେ ବିବାହ ବୟସ ୨୧ ଏବଂ ଉଭୟ ଝିଅ ହୋଇଥିଲେ ବିବାହ ବୟସ ୧୮ ବର୍ଷ ଧାର୍ଯ୍ୟ କରିବାକରୁ ସେ ଅପିଲ କରିଛନ୍ତି । ସେହିପରି ସମାଜର ବ୍ୟାପକ ବର୍ଗକୁ ଦୃଷ୍ଟିରେ ରଖି ସ୍ପେସିଆଲ ମ୍ୟାରେଜ ଆକ୍ଟ-୧୯୫୪ରେ ଥିବା ସ୍ୱାମୀ-ସ୍ତ୍ରୀ ଶବ୍ଦକୁ ହଟାଇ ‘ସ୍ପାଉଜ୍‌’ ଶବ୍ଦ ଉଲ୍ଲେଖ କରାଯାଉ ବୋଲି ସେ ପ୍ରସ୍ତାବ ଦେଇଛନ୍ତି।

ସୁପ୍ରିୟା କହିଛନ୍ତି ଯେ, ଲେସ୍‌ବିଆନ୍‌ ଗୟ, ବାଇସେକ୍ସୁଆଲ, ଟ୍ରାନ୍ସଜେଣ୍ଡର ଏବଂ LGBTQIA ବର୍ଗର ଲୋକଙ୍କ ପ୍ରତି ଅନ୍ୟାୟ କରାଯାଉଛି। ସେମାନେ ସମାଜରେ ଭେଦଭାବରେ ଶିକାର ହେଉଛନ୍ତି। ସେମାନଙ୍କୁ ନ୍ୟୁନ ଦୃଷ୍ଟିରେ ଦେଖାଯାଉଥିବାରୁ ଆତ୍ମସମ୍ମାନର ସହ ବଞ୍ଚିପାରୁ ନାହାନ୍ତି। ଲିଙ୍ଗଭିତ୍ତିକ ପାର୍ଟନର ଚୟନ ସ୍ୱାଧୀନତା ନେଇ ସୁପ୍ରିମକୋର୍ଟଙ୍କ ସ୍ପର୍ଟ ରାୟ ଥିଲେ ମଧ୍ୟ LGBTQIA ସମ୍ପ୍ରଦାୟ ନିଜ ବର୍ଗର ସାଥୀଙ୍କୁ ବିବାହ କରିପାରୁ ନାହାନ୍ତି।

ସେମାନଙ୍କ ଇଚ୍ଛାକୁ ପରିବାରରେ ସମ୍ମାନ ଦିଆଯାଉ ନାହିଁ। LGBTQIA ସମ୍ପ୍ରଦାୟକୁ ଆଇନଗତ ବୈବାହିକ ସ୍ୱୀକୃତି ମିଳୁ ନଥିବାରୁ ସେମାନେ ସରକାରଙ୍କ ଦ୍ୱାରା ପ୍ରଦତ୍ତ ବିଭିନ୍ନ ସୁବିଧାରୁ ବଞ୍ଚିତ ହେଉଛନ୍ତି। ବିଶେଶ କରି ଭରଣପୋଷଣ ଏବଂ ପେନ୍‌ସନ୍‌କ୍ଷେତ୍ରରେ ସେମନଙ୍କୁ ନୂଆ ସୁବଧା ମିଳି ପାରିବ। ତେଣୁ ସ୍ୱତନ୍ତ୍ର ମ୍ୟାରେଜ ଆକ୍ଟ,୧୯୫୪କୁ ସଂଶୋଧନ କରାଯାଇ ସମଲିଙ୍ଗୀ ବିବାହକୁ ଆଇନ ଚସମ୍ମତ କରିବା ପାଇଁ ସେ ଦାବି କରିଛନ୍ତି।

Related Posts