ସୁରକ୍ଷାକର୍ମୀଙ୍କ ଆତ୍ମହତ୍ୟା ମାମଲାରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଘରେ ସିଆଇଡି ଚଢ଼ଉ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ୩ ବର୍ଷ ପୁରୁଣା ମାମଲାରେ ବଢିଲା ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଅଡୁଆ । ନିଜ ସୁରକ୍ଷାକର୍ମୀଙ୍କ ଆତ୍ମହତ୍ୟା ମାମଲାରେ ଆଜି ତଦନ୍ତକାରୀ ସଂସ୍ଥା ସିଆଇଡି ଶୁଭେନ୍ଦୁ ଅଧିକାରୀଙ୍କ ଘରେ ପହଞ୍ଚିଥିଲା। ୨୦୧୮ର ଏକ ମାମଲାର ଇନଭେଷ୍ଟିଗେସନ ପାଇଁ ଶୁଭେନ୍ଦୁ ଅଧିକାରୀଙ୍କ ଘରେ ରେଡ୍ କରିଛି ସିଆଇଡି । ପୂର୍ବ ମେଦିନୀପୁରରେ ରହିଥିବା ତାଙ୍କ ବାସଭବନରେ ସିଆଇଡି ଚଢାଉ କରିଛି । ୨୦୧୮ରେ ଅଧିକାରୀଙ୍କ ସୁରକ୍ଷା କର୍ମୀଙ୍କ ଆତ୍ମହତ୍ୟା ମାମଲାରେ ନିକଟରେ ଉକ୍ତ ଅଫିିସରଙ୍କ ପତ୍ନୀ ଅଭିଯୋଗ କରିବା ପରେ ମାମଲାର ତଦନ୍ତ ଭାର ସିଆଇଡି ହାତକୁ ଯାଇଛି ।

ଶୁକ୍ରବାର ଦିନ ସିଆଇଡି ମୃତକ ସୁରକ୍ଷା କର୍ମୀ ଶୁଭବ୍ରତ ଚକ୍ରବର୍ତ୍ତୀଙ୍କ ସହକର୍ମୀଙ୍କୁ ୭ ଘଣ୍ଟା ଧରି ଜେରା କରିଥିଲା । ଏହାପରେ ଶନିବାର ଦିନ ଶୁଭେନ୍ଦୁ ଅଧିକାରୀଙ୍କ ଘରେ ଚଢାଉ କରିଥିଲା ସିଆଇଡି । ତା ସହିତ ଶୁଭେନ୍ଦୁଙ୍କ ଭାଇ ଦିବ୍ୟେନ୍ଦୁ ଦିବ୍ୟେନ୍ଦୁ ଅଧିକାରୀଙ୍କୁ ମଧ୍ୟ ଉକ୍ତ ମାମଲାରେ ଜେରା କରାଯାଉଛି । 

ରାଜ୍ୟ ପୋଲିସ୍ କର୍ମଚାରୀ ଶୁଭବ୍ରତ ଚକ୍ରବର୍ତ୍ତୀ ସୁଭେନ୍ଦୁଙ୍କୁ ଦୀର୍ଘ ଦିନ ଧରି ଅଧିକାରୀଙ୍କ ସୁରକ୍ଷା ଦାୟିତ୍ବରେ ରଖାଯାଇଥିଲା।  ଅଧିକାରୀ ମଧ୍ୟ ବିଜେପି ପୂର୍ବରୁ ଟିଏମସି ସାଂସଦ ଥିଲେ।  ଯେତେବେଳେ ଶୁଭେନ୍ଦୁ ଅଧିକାରୀ 2015 ରେ ରାଜ୍ୟ ସରକାରରେ ମନ୍ତ୍ରୀ ହୋଇଥିଲେ, ଚକ୍ରବର୍ତ୍ତୀ ତାଙ୍କ ସୁରକ୍ଷା ଦାୟିତ୍ବ ଦିଆଯାଇଥିଲା । 

୨୦୧୮ରେ ଶୁଭେନ୍ଦୁ ଟିଏମସି ସାଂସଦ ରହିଥିବା ସମୟରେ ଚକ୍ରବର୍ତ୍ତୀ ଏକ ଭଡା ଘରେ ଆତ୍ମହତ୍ୟା କରିଥିଲେ । ମାମଲାର ପୁନଃ ତଦନ୍ତ ପାଇଁ ସୂପର୍ଣ୍ଣା ଚକ୍ରବର୍ତ୍ତୀ ମାମଲା ରୁଜୁ କରିଥିଲେ । ଚଳିତ ସପ୍ତାହରେ ମାମଲାର ତଦନ୍ତ ଭାର ସିଆଇଡି ହାତକୁ ଯାଇଥିଲା ।

 ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଶୁଭେନ୍ଦୁ ଅଧିକାରୀ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିଲେ। ବେଙ୍ଗଲରେ ବିଜେପି ଟିଏମସି ମଧ୍ୟରେ ବିବାଦ ଦିନକୁ ଦିନ ଉଗ୍ର ରୂପ ନେଉଛି। ଟିଏମସି ନେତାଙ୍କ ବିରୋଧରେ କେନ୍ଦ୍ରୀୟ ଏଜେନ୍ସି କାର୍ଯ୍ୟାନୁଷ୍ଠାନ ନେଉଥିବା ବେଳେ ଟିଏମସି ମଧ୍ୟ ରାଜ୍ୟ ପୋଲିସକୁ ବିଜେପି ନେତାଙ୍କ ବିରୋଧରେ ବ୍ଯବହାର କରୁଥିବା ଅଭିଯୋଗ ହେଉଛି। 

Related Posts