ମୁଁ କଂଗ୍ରେସ ଛାଡ଼ୁ ନାହିଁ କିନ୍ତୁ କିଏ ଯଦି ଧକ୍କା ମାରି ବିଦା କରନ୍ତି ତାହାଲେ ଏହା ଅନ୍ୟ କଥା ହେବ: ମନୀଷ ତିୱାରୀ

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ବିଗତ କିଛି ଦିନ ଧରି କଂଗ୍ରେସର ବରିଷ୍ଠ ନେତା ମନୀଷ ତିୱାରୀ ଦଳ ଛାଡ଼ିବା ଦେଇ କଳ୍ପନାଜଳ୍ପନା ଚାଲିଥିଲା । ହେଲେ ଆଜି ସେ ଏହା ଉପରେ ଚର୍ଚ୍ଚା କରି ଏହାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ସେପଟେ ବିଜେପିରେ ଯୋଗଦେବେ କି ନାହିଁ ବୋଲି ପଚାରିବାରୁ ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ସେ କଂଗ୍ରେସ ଦଳ ଛାଡ଼ୁ ନାହାନ୍ତି । କିନ୍ତୁ ଯଦି କେହି ତାଙ୍କୁ ଧକ୍କା ମାରି ବିଦା କରି ଦିଅନ୍ତି ତାହାଲେ ଏହା ଅନ୍ୟ କଥା ହେବ । କଂଗ୍ରେସ ଛାଡ଼ିବା ଏବଂ ବିଜେପିରେ ଯୋଗଦେବାର ଚର୍ଚ୍ଚା ଉପରେ ମନୀଷ କହିଛନ୍ତି, ମୁଁ ଏହା ପୂର୍ବରୁ ଅନେକ ଥର କହିଛି ଯେ ଆମେ କଂଗ୍ରେସ ଦଳର ଭଡାଟିଆ ନୁହେଁ, ଦଳର ଅଂଶବିଶେଷ ।

କିନ୍ତୁ ଯଦି କେହି ଆମକୁ ବାହାରକୁ ଠେଲି ଦିଅନ୍ତି । ତେବେ ତାହା ଅନ୍ୟ ଏକ ବିଷୟ ହେବ । ଆମେ ଏହି ପାର୍ଟିକୁ ୪୦ ବର୍ଷ ଦେଇଛୁ । ଆମ ପରିବାର ଦେଶର ଏକତା ଏବଂ ଅଖଣ୍ଡତା ପାଇଁ ରକ୍ତ ବୁହାଇଛୁ । ଆମେ ଆଦର୍ଶ ରାଜନୀତିରେ ବିଶ୍ୱାସ କରୁ । କିନ୍ତୁ ଯଦି କେହି ତାହା ନ ବୁଝିବ ତାହାଲେ ଆମେ କିଛି କରିପାରିବୁ ନାହିଁ ବୋଲି ସେ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts