ମତଦାନ କେନ୍ଦ୍ର ବାହାରେ ଟଙ୍କା ବାଣ୍ଟୁଥିବାବେଳେ ବିଜେଡି ମିଡିଆ ସେଲର ପ୍ରଭାରୀଙ୍କୁ ମାଡ଼; ଭାଇରାଲ ହେବାରେ ଲାଗିଛି ଭିଡିଓ..

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୌର ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯାଇଛି । ନିର୍ବାଚନରେ ବାଜି ମାରିବା ପାଇଁ ସମସ୍ତ ରାଜନୈତିକ ଦଳମାନେ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ତେବେ ପାଟଣାଗଡ଼ ୧ ନମ୍ବର ଓ ୨ ନମ୍ବର ଓ୍ବାର୍ଡ ପାଇଁ ଗଡଭିତର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମତଦାନ ଆରମ୍ଭ ହୋଇଥିଲା। ଏହି ୨ଟି ଓ୍ବାର୍ଡ ପାଇଁ ୩ ଗୋଟି ବୁଥ କରାଯାଇଛି।ଏହା ମଧ୍ୟରେ ବିଜେଡି କର୍ମକର୍ତ୍ତାମାନେ ଭୋଟରଙ୍କୁ ମତଦାନ କେନ୍ଦ୍ର ବାହାରେ ଟଙ୍କା ବାଣ୍ଟୁଥିବାର ଅଭିଯୋଗ ହୋଇଥିଲା। ଏହାକୁ ନେଇ ବିଜେପି କର୍ମୀ ଓ ବିଜେଡି କର୍ମୀ ମଧ୍ୟରେ ପ୍ରଥମେ ବଚସା ପରେ ଧସ୍ତାଧସ୍ତି ହୋଇଥିବାର ଦେଖିବାକୁ ମିଳିଛି ।

ଏହି ମାଡ ସମୟରେ ବିଧାୟକ ଉପସ୍ଥିତ ଥିବା ଜଣାପଡିଛି। ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ପାଖଲୋକ ତଥା ମିଡିଆ ସେଲର ପ୍ରଭାରୀଙ୍କୁ ମାଡ଼ ହୋଇଥିବା ଜଣାପଡ଼ିଛି। ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସେପଟେ ଏହାକୁ ନେଇ ରାଜନୀତି ମଧ୍ୟ ବେଶ ଚଳଚଞ୍ଚଳ ହୋଇ ଉଠିଛି । ଶାସକ ଓ ବିରୋଧୀଙ୍କ ମଧ୍ୟରେ ବୟାନବାଜି ମଧ୍ୟ ଆରମ୍ଭ ହୋଇଥିବାର ଦେଖିବାକୁ ମିଳିଛି ।

Related Posts