ସଂସଦରେ ସ୍ୱୀକାରକ୍ତି; ଆମେ ଗତ ପାଞ୍ଚ ବର୍ଷରେ ଓଡିଶାର ପ୍ରାଚୀନ କୀର୍ତ୍ତିରାଜି ସଂରକ୍ଷଣ ବଜେଟ ୫୦ ପ୍ରତିଶତ କମ କରିଦେଇଛୁ

dharmendra

ଧର୍ମେନ୍ଦ୍ର ଓ ଅପରାଜିତା ଉତ୍ତର ରଖିବେ କି ?

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ପୁରୀ ଶ୍ରୀ ମନ୍ଦିର ଠାରୁ ଆରମ୍ଭ କରି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଅନ୍ୟାନ୍ୟ । ମଠ ମନ୍ଦିରର ପ୍ରାଚୀନ କିର୍ତ୍ତୀର ସଂରକ୍ଷଣ ଓ ସୌନ୍ଦର୍ଯ୍ୟକରଣକୁ ନେଇ ବିଜୁ ଜନତା ଦଳ ଓ ବିଜେପି ନେତାଙ୍କ ମଧ୍ୟରେ ତୁତୁ ମେ’ମେ ଜାରି ରହିଥିବା ବେଳେ ସାମ୍ନାକୁ ଆସିଛି ଆଉ ଏକ ରୋଚକ ତଥ୍ୟ । ଓଡିଶାର ଐତିହ୍ୟ ଓ କୀର୍ତ୍ତିରାଜିର ସୁରକ୍ଷାଦାତା ଭାବେ ସାବାସି ନେବା ପାଇଁ ଉଭୟ ଦଳ ଓ ସରକାରଙ୍କ ଭିତରେ ପ୍ରତିଯୋଗିତା ଚାଲୁଥିବା ବେଳେ ପାର୍ଲାମେଣ୍ଟରେ କେନ୍ଦ୍ର ସରକାରଙ୍କ ସ୍ୱୀକାରକ୍ତି ଭାରତୀୟ ଜନତା ପାର୍ଟି ନେତାଙ୍କୁ ଅଡୁଆରେ ପକାଇଛି । ପାର୍ଲାମେଣ୍ଟ ସଂସଦରେ ବିଜେପିର ସାଂସଦ ସଙ୍ଗୀତା ସିଂହ ଦେଓଙ୍କର ଏକ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ବିକାଶ ମନ୍ତ୍ରୀ ଜି କିଶନ ରେଡ୍ଡୀ କହିଛନ୍ତି ଯେ ରାଜ୍ୟର ସ୍ମାରକୀ ପୀଠ ଗୁଡିକର ସଂରକ୍ଷଣ ପାଇଁ ଦିଆଯାଉଥିବା କେନ୍ଦ୍ରୀୟ ଅନୁଦାନ ବିଗତ ପାଞ୍ଚ ବର୍ଷରେ ପଚାଶ ପ୍ରତିଶତ ହ୍ରାସ କରାଯାଇଛି । ତେବେ ୨୦୧୬-୧୭ ମସିହାରେ ୮.୬୫ କୋଟିରୁ ୨୦୨୧ ମସିହା ମଧ୍ୟରେ ୩.୬୩ କୋଟି ଟଙ୍କାକୁ ହ୍ରାସ ପାଇଛି ।

ଅର୍ଥାତ ୨୦୧୬-୧୭ ମସିହାରେ କେନ୍ଦ୍ର ୮.୬୫ କୋଟି ଟଙ୍କା ଆବଣ୍ଟନ କରିଥିବାବେଳେ ୨୦୧୭-୧୮ ମସିହାରେ ୬.୮୯ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା । ସେହିପରି ୨୦୧୮-୧୯ ମସିହାରେ ୫୯୦ କୋଟି , ୨୦୧୯-୨୦ ମସିହାରେ ୫.୩୦ କୋଟି ଏବଂ ୨୦୨୦-୨୧ ମସିହାରେ ୩.୬୩ କୋଟି ଟଙ୍କା ହ୍ରାସ ପାଇଛି । ଏନେଇ ଲୋକସଭାରେ ଜି କିଶନ ରେଡ୍ଡୀଙ୍କର ସ୍ୱୀକାରକ୍ତି ରାଜ୍ୟରେ ବିଜେପି ନେତାଙ୍କୁ ଅଡୁଆସ୍ଥିତିରେ ପକାଇଛି । ଗୋଟିଏ ପଟେ ଧର୍ମେନ୍ଦ୍ର ପ୍ରଧାନ ଓ ଅପରାଜିତା ଷଡଙ୍ଗୀ ରାଜ୍ୟର ସଂରକ୍ଷଣ ଓ ସୁରକ୍ଷାର ବାହ ବାହ ନେବା ପାଇଁ ବିଜେଡି ସହିତ ମୁହାଁ ମୁହିଁ ହେଉଥିବା ବେଳେ କେନ୍ଦ୍ରରେ ମୋଦି ସରକାର ଓଡିଶା କୀର୍ତ୍ତିରାଜିର କବର ଖୋଳିବାରେ ବ୍ୟସ୍ତ । ଆଶ୍ଚର୍ଯ୍ୟର କଥା ବିଜୁ ଜନତା ଦଳ ରାଜ୍ୟରେ ତୁମ୍ବିତୋଫାନ ମଚାଉଛି । ସେପଟେ ଲଗାତାର ପ୍ରତିବର୍ଷ କେନ୍ଦ୍ର ସରକାର ବଜେଟ କାଟି ଚାଲିଛନ୍ତି । କିନ୍ତୁ ଦିଲ୍ଲୀରେ ବିଜେଡି ନେତା ନିରବ ବସିଛନ୍ତି ।

Related Posts