ଆରଜେଡିର ତେଜ ପ୍ରତାପ ଯାଦବ ଖୋଲାଖୋଲି ସାମ୍ବାଦିକଙ୍କୁ ଦେଲେ ଧମକ; କହିଲେ ପୋଷ୍ଟର ବିବାଦରେ ସମ୍ପୃକ୍ତ ଥିବା ସାମ୍ବାଦିକଙ୍କ ନାମରେ କରିବେ FIR

tejpratap yadav

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ସୋସିଆଲ ମିଡିଆରେ ଖୁଲମଖୁଲା ସାମ୍ବାଦିକମାନଙ୍କୁ ଧମକ ଦେବା ପରେ ଲାଲୁ ପ୍ରସାଦଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ତେବେ ଆରଜେଡିର ପୋଷ୍ଟର ଓ ବ୍ୟାନରକୁ ନେଇ ଦେଖାଯାଇଥିବା ବିବାଦ ପ୍ରସଙ୍ଗରେ ସାମ୍ବାଦିକଙ୍କ ବିରୋଧରେ ଏଫଆଇଆର, ବଦନାମ ମାମଲା ଏବଂ ପିଏଲ ଦାଖଲ କରିବାକୁ ଧମକ ଦେଇଛନ୍ତି। ଦଳର ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଚିତ୍ର ନଥିବା ପୋଷ୍ଟର ଏବଂ ବ୍ୟାନରକୁ ନେଇ ବିବାଦ ମଧ୍ୟରେ ତାଙ୍କ ବଡ଼ ଭାଇ ତେଜ ପ୍ରତାପ ଯାଦବ ତାଙ୍କ ଫେସବୁକ ହ୍ୟାଣ୍ଡେଲରେ ଲାଇଭ ଯାଇ ସାମ୍ବାଦିକଙ୍କ ବିରୋଧରେ କ୍ରୋଧ ପ୍ରକାଶ କରିଛନ୍ତି। କାହିଁକି ନା ସେହି ସମୟରେ ଦଳ ମଧ୍ୟରେ କ୍ଷମତାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବା ମଧ୍ୟ ଆକଳନ କରାଯାଇଥିଲା ।

ତେବେ ଏସବୁକୁ ଭିତ୍ତିହୀନ ଦର୍ଶାଇ ତେଜ ପ୍ରତାପ ଯାଦବ ସାମ୍ବାଦିକମାନଙ୍କ ନାମରେ ଏଫଆଇଆର, ପିଆଇଏଲ ଓ ମାନହାନୀ କେସ୍ କରିବେ ବୋଲି ଧମକ ଦେଇଛନ୍ତି। ଏହା ସହ ଆପଣମାନଙ୍କର ଯୋଗ୍ୟତା କ’ଣ ? ମୁଁ ମୋ ଓକିଲକୁ ଡାକି ସମସ୍ତଙ୍କ ବିରୋଧରେ କେଶ କରିବି ବୋଲି ଫେସବୁକରେ ସିଧାସଳଖ ଭାବରେ ସାମ୍ବାଦିକମାନଙ୍କୁ ଧମକ ଦେଇଥିଲେ । ଏହା ସହ ମୁଁ ଯାହା କୁହେ ତାହା କରିକି ଦେଖାଏ ବୋଲି ସୋସିଆଲ ମିଡିଆରେ ସ୍ପଷ୍ଟ କରିଥିଲେ ।ଅପରିପକ୍ଷରେ ଗଣମାଧ୍ୟମକୁ ତୀବ୍ର ସମାଲୋଚନା କରୁଥିବାବେଳେ ତେଜ ପ୍ରତାପ ଯାଦବ ଅନେକ ସାମ୍ବାଦିକଙ୍କ ନାମ ମଧ୍ୟ ନେଇଥିଲେ । ଯେଉଁମାନଙ୍କ କହିବା ଅନୁସାରେ ତେଜ ପ୍ରତାପଙ୍କ ବିରୁଦ୍ଧରେ ଦୁଷ୍କର୍ମ ପ୍ରଚାରରେ ଜଡିତ ଥିଲେ ଏବଂ ତାଙ୍କ ବିରୋଧରେ ଏଫ୍ଆଇଆର୍, ପବ୍ଲିକ୍ ଇଣ୍ଟର୍ସ ମକଦ୍ଦମା ଏବଂ ମାନହାନୀ ମାମଲା ଧମକ ଦେଇଥିଲେ। କିଛି ସାମ୍ବାଦିକ ମିଶି ତାଙ୍କ ଛବିକୁ ମଳିନ କରୁଛନ୍ତି ବୋଲି ସେ ଅଭିଯୋଗ ମଧ୍ୟ କରିଥିଲେ ।

କେବଳ ଏତିକି ନୁହେଁ ବରଂ ଯେତେବେଳେ ଲାଲୁ ଯାଦବ, ରାବ୍ରି ଦେବୀ, ମିସା ଭାରତୀ ଏବଂ ସେମାନଙ୍କ ଚିତ୍ର ପୋଷ୍ଟରରୁ ଅଦୃଶ୍ୟ ହୋଇଥିଲା ସେତେବେଳେ ମିଡିଆ କେଉଁଠି ଥିଲା ବୋଲି ପ୍ରଶ୍ନ କରିଥିଲେ । ଅନ୍ୟପଟେ ରାଜ୍ୟରେ ବିରୋଧୀମାନେ ଭଲ ଭାବରେ ଜାଣି ସାରିଛନ୍ତି ଯେ ତେଜ ଓ ତେଜସ୍ୱୀ ଦୁଇ ଭାଇ ମିଶି ବିହାରକୁ ସଫଳତାର ଶୀର୍ଷରେ ପହଞ୍ଚାଇବେ । ତେଣୁ ସେମାନେ ଭୟଭୀତ ହୋଇ ଏଭଳି ଅପପ୍ରଚାର କରିବା ଆରମ୍ଭ କରିଛନ୍ତି ବୋଲି ତେଜ ପ୍ରତାପ କହିଛନ୍ତି । ତେବେ ତେଜସ୍ୱୀ ମୋ ଅର୍ଜୁନ ହୋଇଥିବାରୁ ସେମାନେ ଈର୍ଷାରେ ଜଳୁଛନ୍ତି । ସେମାନଙ୍କୁ ଆହୁରି ଇର୍ଷାରେ ଜଳିବା ପାଇଁ ଦିଆଯାଉ ବୋଲି ଫେସବୁକ ଲାଇଭରେ ତେଜ ପ୍ରତାପ କହିଥିଲେ । ଅପରିପକ୍ଷରେ ତେଜ ପ୍ରତାପ ଯାଦବ ପାଟନାରେ ଆରଜେଡି ଛାତ୍ର ସଂଗଠନ ବୈଠକକୁ ସମ୍ବୋଧିତ କରିଛନ୍ତି । ପାଟନାରେ ଥିବା ଆରଜେଡି ମୁଖ୍ୟାଳୟରେ ବହୁ ବଡ ବ୍ୟାନର ଏବଂ ପୋଷ୍ଟର ଲଗାଯାଇଥିଲା । ଯେଉଁଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ରାବ୍ରି ଦେବୀ ଏବଂ ଦଳର ନେତା ତେଜ ପ୍ରତାପ ଯାଦବଙ୍କ ଫୋଟ ରହିଥିଲା କିନ୍ତୁ ପୋଷ୍ଟରରେ ତେଜସ୍ୱୀ ଯାଦବଙ୍କ ଚିତ୍ର ନିଖୋଜ ଥିଲା ।

Related Posts