ବ୍ୟାଟରେ ପିଟିଲେ, ଗିରଫ ହେଲେ

ସତ୍ୟପାଠ ବ୍ୟୁରୋ : ସରକାରୀ ଅଧିକାରୀଙ୍କୁ ବ୍ୟାଟରେ ପିଟି ଗିରଫ ହେଲେ ବିଜେପି ବିଧାୟକ । ଇନ୍ଦୋର ଠାରେ ମହାନଗର ନିଗମର ଅଧିକାରୀଙ୍କୁ ପିଟିଥିବା ବିଧାୟକ ଆକାଶ ବିଜୟବର୍ଗିୟଙ୍କୁ ପୁଲିସ ଗିରଫ କରିଛି । ବିପଦସଙ୍କୁଳ କୋଠା ଭଙ୍ଗାକୁ ବିରୋଧ କରି ବିଧାୟକ ଆକାଶ ନିଗମ ଅଧିକାରୀଙ୍କୁ ଠେଲାପେଲା କରିବା ସହ ବ୍ୟାଟରେ ପିଟିଥିଲେ ।

ସମସ୍ତ ଘଟଣା ପୁଲିସ ସାମ୍ନାରେ ଘଟିଥିଲା । ତେବେ ସରକାରୀ ଅଧିକାରୀଙ୍କୁ ମାଡ ମରାଯାଇଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହାପରେ ପୁଲିସ ଏକ ମାମଲା ରୁଜୁ କରି ବିଧାୟକଙ୍କୁ ଗିରଫ କରିଛି । ବିଧାୟକଙ୍କ ସମେତ ତାଙ୍କର ୧୦ ଜଣ ସମର୍ଥକଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି ।

Related Posts