ଚ୍ୟାଲେଞ୍ଜ ଦେଲେ ବୈଷ୍ଣବ

ସତ୍ୟପାଠ ବ୍ୟୁରୋ : ଶେଷରେ ମୁହଁ ଖୋଲିଲେ ଅଶ୍ୱିନୀ ବୈଷ୍ଣବ । ତାଙ୍କ ନାଁରେ ହେଉଥିବା ଅଭିଯୋଗର ସତ୍ୟତା ଥିଲେ ପ୍ରମାଣ ଦିଅନ୍ତୁ କହି ଖୋଲା ଚ୍ୟାଲେଂଜ କରିଛନ୍ତି ବୈଷ୍ଣବ । ବିରୋଧୀ କଂଗ୍ରେସ ବାରମ୍ବାର ତାଙ୍କୁ ଖଣି କାରବାର ସହ ସଂପୃକ୍ତ ଥିବା କହି ଆସିଥିବା ବେଳେ ଆଜି ଏହାର ମୁହଁତୋଡ ଜବାବ ଦେଇଛନ୍ତି ଅଶ୍ୱିନୀ ।

ଗଣମାଧ୍ୟମକୁ ଏକଦମ୍ କାଣ୍ଟଛାଣ୍ଟ ପ୍ରତିକ୍ରିୟା ଦେଇ ବୈଷ୍ଣବ କହିଛନ୍ତି, “ମୁଁ କୌଣସି କଥା ଲୁଚାଇନି । ସବୁ ଅଭିଯୋଗର ତଦନ୍ତ କରାଯାଉ । ସବୁ ଅଭିଯୋଗ ମିଛ । ଅଭିଯୋଗରେ ସତ୍ୟତା ଥିଲେ ମୁଁ ତଦନ୍ତ କଥା କାହିଁକି କହିଥାନ୍ତି ! ଇଲେକ୍ସନ ସରିଗଲେ ସବୁ ପ୍ରଶ୍ନର ଉତ୍ତର ଦେବି ।”

ଖଣି ଦୁର୍ନୀତିରେ ସଂପୃକ୍ତ ବ୍ୟକ୍ତିଙ୍କୁ ରାଜ୍ୟସଭା ପଠାଯିବାର କାରଣ କଣ ? ଯାହା ନାଁରେ ଭିଜିଲାନ୍ସ କେସ୍ ରହିଛି ତା ପାଇଁ ବିଜେଡି-ବିଜେପି ଖୋଲା ବୁଝାମଣା କରିବା ପଛର କାରଣ କଣ ? ବିଜେଡି ସମର୍ଥିତ ଭାଜପାର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ବିଧାନସଭାରେ ଆଜି ଏମିତି କିଛି ପ୍ରଶ୍ନ ଫିଙ୍ଗିଛି କଂଗ୍ରେସ । କଂଗ୍ରେସ ବିଧାୟକ ଦଳ ନେତା ନରଂସିଂହ ମିଶ୍ର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ଉଭୟ ବିଜେଡି ଓ ବିଜେପିକୁ ଘେରିଥିଲେ । ଯାହାର ଉତ୍ତରରେ ବୈଷ୍ଣବ କହିଛନ୍ତି ଯିଏ ଅଭିଯୋଗ କରୁଛନ୍ତି ସିଏ ତଦନ୍ତ କରାନ୍ତୁ ।

Related Posts