ମନ କିଣିନେଲେ ମହୁଆ

ସତ୍ୟପାଠ ବ୍ୟୁରୋ : ପ୍ରଥମ ଥର ସାଂସଦ । କିନ୍ତୁ ସଂସଦରେ ପ୍ରଥମ ଭାଷଣ ଦେଇ ସେ ଏବେ ଚର୍ଚ୍ଚାରେ । ପ୍ରସଙ୍ଗ ପରେ ପ୍ରସଙ୍ଗ ଉଠାଇ ନରେନ୍ଦ୍ର ମୋଦି ସରକାରକୁ ସମାଲୋଚନାରେ ଘାଂଟିଚକଟି ପକାଇଥିବା ସାଂସଦ ହେଉଛନ୍ତି ପଶ୍ଚିମବଙ୍ଗ କ୍ରିଷ୍ଣାନଗରର ଟିଏମସି ସାଂସଦ ମହୁଆ ମୋଇତ୍ରା ।

ରାଷ୍ଟ୍ରୀୟ ସୁରକ୍ଷା ଓ ଏନଆରସି ପ୍ରସଙ୍ଗ ଉଠାଇ ମୋଦି ସରକାରଙ୍କୁ ଘେରିଥିଲେ ମୋହୁଆ । ସେ କହିଥିଲେ, ବିଜେପିର ରାଷ୍ଟ୍ରୀୟତା ନକଲି ଓ ଏମାନେ କେବଳ ରାଷ୍ଟ୍ରବାଦର ଅଭିନୟ କରୁଛନ୍ତି । ସେନାକୁ ବ୍ୟବହାର କରାଯାଉଛି ବୋଲି କହି ପରୋକ୍ଷରେ ସର୍ଜିକାଲ ଷ୍ଟ୍ରାଇକର ଉଦାହରଣ ଦେଇଥିଲେ ।

ପ୍ରଥମ ଥର ସାଂସଦ ଭାବେ ସଂସଦକୁ ଆସିଥିବା ମହୁଆ ନିଜର ପ୍ରଥମ ଭାଷଣରେ ହିଁ ମୋଦିଙ୍କୁ ଆଇନା ଦେଖାଇଥିଲେ । ଦେଶରେ କଣ ଚାଲୁଛି ତାହା ବି ବୁଝାଇବାକୁ ଚାହିଁଥିଲେ । ଜଣଙ୍କ ହାତରେ ଗଣମାଧ୍ୟମ ନାଚୁଥିବା କହିଛନ୍ତି ମହୁଆ । ସେ କହିଛନ୍ତି ୫ଟି ବଡ ଗଣମାଧ୍ୟମ ସଂସ୍ଥା ଏବେ ଦେଶର ଜଣେ ବ୍ୟକ୍ତିଙ୍କ କଣ୍ଟ୍ରୋଲରେ ରହିଛି ଏବଂ ସରକାରଙ୍କୁ ସୁହାଇବା ଭଳି କେବଳ ଖବର ପରିବେଷଣ କରାଯାଉଛି ।

ପ୍ରଥମ ସାଂସଦ ଭାବେ ପାର୍ଲାମେଣ୍ଟରେ ଏଭଳି ପ୍ରଭାବୀ ଭାଷଣ ଦେବା କ୍ୱଚିତ ଦେଖାଯାଏ । କିନ୍ତୁ ମହୁଆଙ୍କତ୍ଥତଥ୍ୟଭିତ୍ତିକ ଭାଷଣ କେବଳ ସରକାରଙ୍କୁ ଚୁପ କରାଇ ନଥିଲା ବରଂ ଗଣମାଧ୍ୟମର ମନ ବି କିଣି ନେଇଛି । ମିଡିଆରୁ ସୋସିଆଲ ମିଡିଆ ସବୁଠି ମହୁଆଙ୍କ ପ୍ରଶଂସା ଆଉ ମହୁଆଙ୍କ ଗୁଣଗାନ ହେଉଛି ।

Related Posts