ସରକାରୀ ଅଧିକାରୀଙ୍କୁ ବ୍ୟାଟରେ ପିଟିଲେ ବିଜେପି ବିଧାୟକ

ସତ୍ୟପାଠ ବ୍ୟୁରୋ : ବିଜେପି ବିଧାୟକଙ୍କ ଗୁଣ୍ଡାଗିରି । ସରକାରୀ ଅଧିକାରୀଙ୍କୁ ବ୍ୟାଟରେ ପିଟିଲେ ବିଜେପି ବିଧାୟକ । ଅବଶ୍ୟ ଘଟଣାଟି ଓଡିଶାର ନୁହେଁ ବରଂ ମଧ୍ୟପ୍ରଦେଶର ।  ପୁରା ଘଟଣାଟି ଥିଲା ଏମିତି । ଇନ୍ଦୋରରେ ମହାନିଗର ନିଗମର ଅଧିକାରୀମାନେ ଭଙ୍ଗା ଦଦରା କୋଠା ଭାଙ୍ଗିବାକୁ ଆସିଥିଲେ । ଯାହାକୁ ବିରୋଧ କରିଥିଲେ ବିଜେପି ବିଧାୟକ ଆକାଶ ବିଜୟବର୍ଗିୟ । କଥା ହାତାହାତି ଯାଏ ଯାଇଥିଲା । କାହାରି କଥା ଶୁଣି ନଥିଲେ ବିଧାୟକ ଜଣକ । ହାତରେ ଧରିଥିବା କ୍ରିକେଟ ବ୍ୟାଟରେ ସରକାରୀ ଅଧିକାରୀଙ୍କୁ ବିଚ୍ ବଜାରରେ ସମସ୍ତଙ୍କ ଆଗରେ ଗୋଡାଇ ଗୋଡାଇ ପିଟିଥିଲେ । ପୁଲିସର ଆଖି ସାମ୍ନାରେ ସବୁ କିଛି ଚାଲିଥିଲା । ବିଧାୟକଙ୍କ ଗୁଣ୍ଡାଗିରି ସମୟର ଏକ ୫୭ ସେକେଣ୍ଡର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ଆଗକୁ ବର୍ଷା ଆସୁଥିବାରୁ ନିରପତ୍ତା ଦୃଷ୍ଟିରୁ ପୁରୁଣା ବିପଦସଙ୍କୁଳ କୋଠାକୁ ମ୍ୟୁନିସିପାଲିଟି ଭାଙ୍ଗି ଦେବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । ତେବେ ଏହାର ବିରୋଧରେ ବିଜେପି ବିଧାୟକଙ୍କ ଏଭଳି ଦବଙ୍ଗି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଜଣେ ସରକାରୀ ଅଧିକାରୀଙ୍କୁ ଏଭଳି ମାଡ ମାରି ବିଜେପି ବିଧାୟକ କେଉଁ ବାର୍ତ୍ତା ଦେବାକୁ ଚାହାଁନ୍ତି ବୋଲି ସୋସିଆଲ ମିଡିଆରେ ଅନେକ ଜଣ ପ୍ରଶ୍ନ କରିଛନ୍ତି ।

Related Posts