ଦୁଃଖ ପ୍ରକାଶ କଲେ, କଥା ଫେରାଇଲେ

ସତ୍ୟପାଠ ବ୍ୟୁରୋ : କଥା ଫେରାଇଲେ ବିଷ୍ଣୁ । ଗତକାଲି ଦେଇଥିବା ବିବୃତିକୁ ବିଧାନସଭା ବିବରଣୀରୁ ବାଦ ଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କଲେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ଏହାପରେ ବାଚସ୍ପତି ରୁଲିଂ ଦେଇଛନ୍ତି । ଆଗକୁ ଏ ସମ୍ପର୍କରେ କୌଣସି ଖବର ପ୍ରସାରଣ ନକରିବାକୁ ରୁଲିଂ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଗୃହରେ ହଟ୍ଟଗୋଳ ପରେ ନିଜ ବିବୃତି ପାଇଁ ଦୁଃଖ ପ୍ରକାଶ କରିବା ସହ ନିଜ କଥା ଫେରାଇ ନେଇଛନ୍ତି ବିଷ୍ଣୁ ।

ଗତକାଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ତିନି ତଲାକ ବିଲ ପାରିତ ନେଇ ବିଧାନସଭାରେ ବିବୃତି ଦେବା ବେଳେ ମହିଳାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ କରିଥିଲା କଂଗ୍ରେସ । ଗତକାଲି ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ କଡା ସମାଲୋଚନା କରିଥିବା ବେଳେ ଆଜି ଭଦ୍ରକ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଏପରିକି ଆଜି ଗୃହ ଚଲାଇ ଦେଇ ନଥିଲେ କଂଗ୍ରେସ ସଦସ୍ୟ । ପ୍ରବଳ ହଟ୍ଟଗୋଳ ପରେ ଗୃହକୁ ମୂଲତବୀ ରଖାଯିବା ସହ ବିଷ୍ଣୁଙ୍କୁ ଡାକି ବାଚସ୍ପତି ଆଲୋଚନା କରିଥିଲେ ।

Related Posts