କୁନ୍ଦୁଲି ଗଣଦୁଷ୍କର୍ମ ପ୍ରସଙ୍ଗରେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ସତ୍ୟପାଠ ବ୍ୟୁରୋ : ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ୩୦ ଦିନ ଭିତରେ ତଦନ୍ତ ସାରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ତଦନ୍ତ ସନ୍ତୋଷଜନକ ନହେଲେ, କେନ୍ଦ୍ର ଏବଂ ରାଜ୍ୟ ତଦନ୍ତକାରୀ ସଂସ୍ଥାକୁ ନେଇ ଗଠିତ ହେବ ଏସଆଇଟି । ଏହି ମାମଲାରେ ଏସଆଇଟି ତଦନ୍ତ କରିବ । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଦୁଇ ଅଫିସର ଏବଂ ରାଜ୍ୟ ସ୍ତରୀୟ ତଦନ୍ତକାରୀ ସଂସ୍ଥାର ଜଣଙ୍କ ନାଁ ସୁପାରିଶ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ୨୦୧୭ ମସିହା ଅକ୍ଟୋବର ୧୦ ତାରିଖରେ ପୀଡିତା କୁନ୍ଦୁଲିରେ ଫଟୋ ଉଠାଇ ଘରକୁ ଫେରୁଥିବା ବେଳେ ଗଣ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଥିଲେ । ଏ ନେଇ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ସହ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ରିପୋର୍ଟରେ ଦୁଷ୍କର୍ମ ହୋଇନଥିବା କୁହାଯାଇଥିଲା । ତେବେ ପରେ ପୀଡ଼ିତା ଆତ୍ମହତ୍ୟା କରିଥିଲେ । ଏହାର ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର ।

 

Related Posts