ବିଜେପି ବିଧାୟକଙ୍କ ଦବଙ୍ଗଗିରି: ଥାନାକୁ ଯାଇ ସିଧା ଥାନା ଅଧିକାରୀଙ୍କ ଚେୟାର୍‌ରେ ବସିଲେ, ମାଗିଲେ ଷ୍ଟେସନ ଡାଏରୀ: ଭିଡ଼ିଓ ଭାଇରାଲ୍

ପାଟନା: ବିଜେପି ବିଧାୟକ ମୁରାରୀ ମୋହନ ଝାଙ୍କ ଦବଂଗଗିରି । ଥାନାକୁ ଯାଇ ସିଧା ଥାନା ଅଧିକାରୀଙ୍କ ଚେୟାର୍‌ରେ ବସିଲେ । ଏକ ମାମଲା ବିଷୟରେ ଜାଣିବା ପାଇଁ ପୁଲିସ ବାବୁଙ୍କୁ ଷ୍ଟେସନ ଡାଏରୀ ମାଗିଲେ। ତାଙ୍କର ଏଭଳି କାରନାମା ର ଭିଡିଓ ଏବେ ଭାଇରାଲ୍ ହେଉଛି। ଏହି ଘଟଣା ସପ୍ତାହେ ତଳର ହୋଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, ମୁରାରୀ ବିହାର ଦରଭଙ୍ଗା ଜିଲ୍ଲା କେଓଟି ପୁଲିସ ଷ୍ଟେସନକୁ ଯାଇ ଷ୍ଟେସନ ହାଉସ୍ ଅଫିସରଙ୍କ ଆସନରେ ବସି ଖୋଦ୍‌ ଥାନା ଅଧିକାରୀଙ୍କୁ ଷ୍ଟେସନ ଡାଏରୀ ମାଗିଛନ୍ତି।

ଯେତେବେଳେ ବିଜେପି ବିଧାୟକ ମୁରାରୀ ନିଜ ନିର୍ବାଚନ ମଣ୍ଡଳୀକୁ ବୁଲିଯାଇଥିଲେ ସେତେବେଳେ ଦୁଇ ଜଣ ଲୋକ ପୁଲିସ ଦ୍ୱାରା ମାଡ଼ ଖାଇଥିବାର ଅଭିଯୋଗ ଶୁଣିଥିଲେ। ଏହାପରେ ବିଧାୟ ରାଗିପାଚି ଲାଲ୍‌ ହୋଇ ତୁରନ୍ତ ପୁଲିସ ଷ୍ଟେସନ୍‌ରେ ପହଞ୍ଚି ଥାନା ବାବୁଙ୍କୁ ସମ୍ପର୍କିତ ମାମଲା ବିଷୟରେ ଜାଣିବାକୁ ଷ୍ଟେସନ୍ ଡାଏରୀ ମାଗିଥିଲେ। ରେକର୍ଡ ହୋଇଥିବା ଭିଡିଓରେ ଦେଖାଯାଉଛି ଯେ ଷ୍ଟେସନ ହାଉସ୍ ଅଫିସର(ଏସ୍‌ଏଚ୍‌ଓ) ବିଧାୟକଙ୍କୁ ପବ୍ଲିକ୍‌ ଆଗରେ ଷ୍ଟେସନ ଡାଏରୀ ଦେଇପାରିବେ ନାହିଁ ବୋଲି କହୁଛନ୍ତି। ହେଲେ ବିଧଆୟକ କିନ୍ତୁ ଶୁଣିବାକୁ ନାରାଜ। ବାରମ୍ବାର ଡାଏରୀ ମାଗିବା ସହିତ କିଏ ଏହି ଥାନାର ମ୍ୟାନେଜର ତାକୁ ତୁରନ୍ତ ଡାକନ୍ତୁ ବୋଲି କହୁଛନ୍ତି। ଘଟଣା ସମୟରେ ଅନେକ ସାମ୍ବାଦିକ ମଧ୍ୟ ଉପସ୍ଥିତ ଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ତର୍କ ବିତର୍କ ହୋଇଥିବାର ଖବର ଶୁଣିବାକୁ ମିଳିଛି।

ସେ ଟ୍ୱିଟ୍ କରି ଲେଖିଛନ୍ତି “ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଏଭଳି ହସ୍ତକ୍ଷେପ ପସନ୍ଦ। ବିଜେପି ବିଧାୟକ ଦାଦାଗିରି ଦେଖାଇ ଥାନା ବାବୁଙ୍କୁ ଚେୟାରେ ବସି ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ଗୃହ ବିଭାଗର କାରନାମା, ମାଫିଆ ଏବଂ ଅପରାଧିମାନଙ୍କ ସହିତ ସମ୍ପର୍କ ଓ ହିସାବ ନେବାକୁ କେସ୍ ଡାଏରୀ ମାଗୁଛନ୍ତି। ବିହାର ଏନ୍‌ଡିଏର ସରକାର ନୁହେଁ ବରଂ ସରକସ ଚଳାଉଛି।

Related Posts