ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀଲଙ୍କାରେ ବଢ଼ିବାରେ ଲାଗିଛି ସରକାରଙ୍କ ବିରୋଧରେ ଜନଆନ୍ଦୋଳନ । ଜଳାପୋଡ଼ା ଭଙ୍ଗାରୁଜା ଚାଲିଥିବାରୁ ବାଧ୍ୟ ହୋଇ ୩୬ ଘଣ୍ଟା ପାଇଁ ପୂରା ଦେଶରେ କର୍ଫ୍ୟୁ ଜାରି କରିଛନ୍ତି ଶ୍ରୀଲଙ୍କା ସରକାର। ଶନିବାର ସନ୍ଧ୍ୟା ୬ ଠାରୁ ସୋମବାର ସକାଳ ୬ଟା ପର୍ୟ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଛି। ସେପଟେ କର୍ଫ୍ୟୁ ସମୟରେ ଅତି ଆବଶ୍ୟକ କାମ ନ ପଡ଼ିଲେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।
ଦେଶରେ ମହଙ୍ଗା ମାଡ଼, ଶକ୍ତି ସମ୍ଭଳର ଅଭାବ ଓ ନିଯୁକ୍ତି ସମସ୍ୟା ଯୋଗୁ ସରକାରଙ୍କ ଉପରେ ଲୋକଙ୍କ ରାଗ ଚମର ସୀମାରେ ପହଞ୍ଚିଛି। ସ୍ୱାଧୀନତା ପରଠାରୁ ଏବେ ଶ୍ରୀଲଙ୍କା ସବୁଠାରୁ ଖରାପ ଆର୍ଥିକ ପରିସ୍ଥିତିର ସାମ୍ନା କରିଛି। ଆବଶ୍ୟକୀୟ ଆମଦାନୀ ପାଇଁ ବିଦେଶୀ ମୁଦ୍ରା ପୈଠ କରିବାକୁ ଶ୍ରୀଲଙ୍କା ପାଖରେ ଟଙ୍କା ନାହିଁ। ଶ୍ରୀଲଙ୍କାରେ ବର୍ତ୍ତମାନ ଡିଜେଲର ଅଭାବ ଦେଖାଦେଇଛି। ଏଥିପାଇଁ ପରିବହନ ବିଭାଗ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।