ପାଟନାରେ ଭୟଙ୍କର ଦୁର୍ଘଟଣା: ମଝି ନଦୀରେ ଡଙ୍ଗାରେ ହେଲା ବିସ୍ଫୋରଣ, ୪ ମୃତ

ପାଟନା: ବିହାରର ରାଜଧାନୀ ପାଟନାରେ ଘଟିଛି ଏକ ଭୟଙ୍କର ଦୁର୍ଘଟଣା। ମଝି ନଦୀରେ ଡଙ୍ଗାରେ ବିସ୍ଫୋରଣ ଘଟିଛି । ଫଳରେ ଘଟଣାସ୍ଥଳରେ ହିଁ ଚାଲିଯାଇଛି ୪ ଜଣଙ୍କ ଜୀବନ।

ଗଙ୍ଗା ନଦୀ ମଝିରେ ଏକ ଡଙ୍ଗାରେ ରଖାଯାଥିବା ଗ୍ୟାସ୍‌ ସିଲିଣ୍ଡରରେ ବିସ୍ଫୋରଣ ଘଟି ଏହି ଦୁର୍ଘଟଣା ଘଟିଛି। ଡଙ୍ଗାରେ ମୋଟ ୨୦ ଜଣ ଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ଅନେକ ଆହତ ହୋଇଛନ୍ତି। ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କୁହାଯାଉଛି ଯେ, ବେଆଇନ ବାଲିକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଡଙ୍ଗା ମାଧ୍ୟମରେ ପରିବହନ କରାଯାଉଥିଲା। ଏହି ସମୟରେ ବାଲି ପରିବହନରେ ନିୟୋଜିତ ଲୋକଙ୍କ ପାଇଁ ଡଙ୍ଗାରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରାଯାଉଥିବାବେଳେ ହଠାତ୍ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ଘଟିଥିଲା। ଫଳରେ ଘଟଣା ସ୍ଥଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ, ଅନେକ ଆହତ ହୋଇଛନ୍ତି ।

Related Posts