ବିଜେଡି ବିଧାୟକ ପ୍ରକାଶ ମାଝୀଙ୍କ ବିରୋଧରେ ସଂଗୀନ ଅଭିଯୋଗ

ବିଜେଡି ବିଧାୟକଙ୍କ ବିରୋଧରେ ସଂଘିନ ଅଭିଯୋଗ | ନବରଙ୍ଗପୁର ଝରିଗାଁ ବିଜେଡି ବିଧାୟକ ପ୍ରକାଶ ମାଝୀଙ୍କ ବିରୋଧରେ ଆସିଛି ସଂଗୀନ ଅଭିଯୋଗ । ସେ ପୁଣି ଯୌନ ନିର୍ଯାତନା ଅଭିଯୋଗ | ଏନେଇ ବିଧାୟକଙ୍କ ବିରୋଧରେ ଭୁବନେଶ୍ବର ଖଣ୍ଡଗିରି ଥାନାରେ ଏତଲା ଦାଏର ହୋଇଛି |

ଖାଲି ସେତିକି ନୁହେଁ, ଏହାସହ ବିଧାୟକ ପ୍ରକାଶ ମାଝୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଅଭିଯୋଗ ଆଣିଲେ ଅଭିଯୋଗକାରିଣୀ ଯୁବତୀ । ବିବାହ ପ୍ରତାରଣା ସହ ଯୌନ ନିର୍ଯାତନା‌ ଓ ହତ୍ୟା ଧମକ ଦେଉଥିବା ଅଭିଯୋଗ କରିଛନ୍ତି ଜନୈକ ଯୁବତୀ । ଏନେଇ ଖଣ୍ଡଗିରି ଥାନାରେ ଏତଲା ଦେବା ପରେ ବିଜେଡି ବିଧାୟକଙ୍କ ମାମଲା ନେଇ ପୋଲିସର ଏବେ ବଢିଛି ଟେନସନ ।ଏନେଇ ଥାନାଧିକାରୀ କହିଛନ୍ତି ଅଭିଯୋଗ ପାଇଛୁ । ଦେଖୁଛୁ କଣ ହୋଇଛି। ତେବେ ବିଧାୟକ ଜଣେ ବିବାହିତ। କିଭଳି ଓ କେଉଁ ପରିସ୍ଥିତିରେ ଏପରି କଲେ । ଅଭିଯୋଗର କେତେ ରହିଛି ସତ୍ୟାସତ୍ୟ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଅଭିଯୋଗକୁ ନେଇ ବିଧାୟକଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ |

Related Posts