ପ୍ରଧାନମନ୍ତ୍ରୀଙ୍କ ନୂଆ ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ ପେଟ୍ରୋଲିୟମ ମନ୍ତ୍ରଣାଳୟର ପୂର୍ବତନ ସଚିବ ତରୁଣ କପୁର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ ତରୁଣ କପୁର | ପେଟ୍ରୋଲିୟମ ମନ୍ତ୍ରଣାଳୟର ପୂର୍ବତନ ସଚିବ ତରୁଣ କପୁରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି | ସୋମବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

ତରୁଣ କପୁର ହିମାଚଳ ପ୍ରଦେଶ କ୍ୟାଡରର ୧୯୮୭ ବ୍ୟାଚ୍ ଆଇଏଏସ ଅଧିକାରୀ ଅଟନ୍ତି । ସେ ୨୦୨୧ ମସିହା ନଭେମ୍ବର ୩୦ରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ସଚିବ ଭାବେ ଅବସର ନେଇଥିଲେ । ବର୍ତ୍ତମାନ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ନୂଆ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଛି ।

କେନ୍ଦ୍ରୀୟ କ୍ୟାବିନେଟର ନିଯୁକ୍ତି କମିଟି ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ତରୁଣ କପୁରଙ୍କ ନିଯୁକ୍ତି ଉପରେ ମୋହର ମାରିଛି । ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସଚିବ ପାହ୍ୟାର ଅଧିକାରୀ ଭାବେ ଦୁଇ ବର୍ଷ ଯାଏଁ କାର୍ଯ୍ୟ କରିବେ । ସେହିପରି ବରିଷ୍ଠ ପ୍ରଶାସନିକ ଅଧିକାରୀ ହରି ରଞ୍ଜନ ରାଓଏବଂ ଅତିଶ ଚନ୍ଦ୍ରଙ୍କୁ PMOରେ ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି ।

ରାଓ ୧୯୯୪ ବ୍ୟାଚ ମଧ୍ୟପ୍ରଦେଶ କ୍ୟାଡରର ଆଇଏଏସ ଅଧିକାରୀ ଅଟନ୍ତି । ସେହିପରି ଅତିଶ ବର୍ତ୍ତମାନ ଫୁଡ୍ କର୍ପୋରସେନ ଅଫ୍ ଇଣ୍ଡିଆର ସିଏମଡି(CMD) ଭାବେ କାର୍ଯ୍ୟ କରୁଛନ୍ତି ।

Related Posts