ସକାଳୁଆ ସ୍କୁଲ୍‌: ଅନୁଗୋଳ ଜିଲ୍ଲାରେ ସର୍ବାଧିକ ଉପସ୍ଥାନ, ଗଜପତି ଜିଲ୍ଲାରେ କମ୍‌ ଉପସ୍ଥାନ

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମପ୍ରବାହ | ତେବେ ଗ୍ରୀଷ୍ମ ପ୍ରଭାହ କୁ ଦୃଷ୍ଟିରେ ରଖି ୫ ଦିନିଆ ଛୁଟି ଘୋଷଣା ପରେ କାଲିଠୁ ଖୋଲିଛି ସ୍କୁଲ | ତେବେ ସ୍କୁଲ ଖୋଲିବାର ସମୟରେ ପରିବର୍ତ୍ତନ କରାଯାଇଛି | ପ୍ରଥମ ଦିନ ସ୍କୁଲ୍‌ ଶେଷ ହେବାପରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ପ୍ରକାଶ କରିଛି ଗଣଶିକ୍ଷା ବିଭାଗ ।

ତିବ ସ୍କୁଲ ଖୋଲିବା ପରେ ଅନୁଗୋଳ ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ସର୍ବାଧିକ ଉପସ୍ଥାନ ରହିଥିବା ବେଳେ, ସେପଟେ ଗଜପତି ଜିଲ୍ଲାରେ ଛାତ୍ରଛାତ୍ରୀଙ୍କ ସବୁଠାରୁ କମ୍‌ ଉପସ୍ଥାନ ରହିଛି । ପ୍ରଥମରୁ ଦ୍ୱାଦଶଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପ୍ରଥମ ଦିନର ଉପସ୍ଥାନ ପ୍ରକାଶ କରିଛି ଗଣଶିକ୍ଷା ବିଭାଗ । ତା ପଛକୁ ରହିଛି ଦେଓଗଡ଼ରେ ୮୪ ପ୍ରତିଶତ ଉପସ୍ଥାନ ରହିଥିଲା । ରାୟଗଡା ଏବଂ କେନ୍ଦ୍ରାପଡ଼ାରେ ୮୨ ପ୍ରତିଶତ ଛାତ୍ରଛାତ୍ରୀ ସ୍କୁଲ୍‌ରେ ପହଞ୍ଚି ଅଫ୍‌ଲାଇନ ଶିକ୍ଷା ଗ୍ରହଣ କରିଥିଲେ । ରାଜ୍ୟରେ ମୋଟ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହାର ୭୨ ପ୍ରତିଶତ ରହିଛି ।ତେବେ ଗଜପତି ଜିଲ୍ଲାରେ ସବୁଠାରୁ କମ୍‌ ଛାତ୍ରଛାତ୍ରୀ ସ୍କୁଲ୍‌ ଆସିଲେ । ଏଠାରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହାର ୫୩ ପ୍ରତିଶତ ରହିଥିଲା । ପୁରୀରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୮୮ ପ୍ରତିଶତ ଛାତ୍ରଛାତ୍ରୀ ସ୍କୁଲ୍‌ ଆସିଥିଲେ । ତେବେ କେବଳ ଯଦି ନବମ ଓ ଦଶମ ଶ୍ରେଣୀ କଥା କହିବା ତେବେ ଏଥିରେ ଦେବଗଡ଼ର ସର୍ବାଧିକ ଛାତ୍ରଛାତ୍ରୀ ସ୍କୁଲ୍‌ ଆସିଥିଲେ । ଏଠାରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୯୧ ପ୍ରତିଶତ ଉପସ୍ଥାନ ହାର ରହିଥିଲା । ଖୋର୍ଦ୍ଧାରେ ୨୫ ପ୍ରତିଶତ ନବମ ଓ ଦଶମ ପିଲାଏ ସ୍କୁଲ୍‌ ଆସିଥିଲେ । ରାଜ୍ୟର ମୋଟ ୬୬ ପ୍ରତିଶତ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ୍‌ ଆସିଥିଲେ ।

ଦ୍ବାଦଶ ଶ୍ରେଣୀ କ୍ଷେତ୍ରରେ ମଧ୍ୟର ଆଗୁଆ ରହିଥିଲା ଅନୁଗୋଳ ଜିଲ୍ଲା । ଏଠାରେ ୯୪ ପ୍ରତିଶତ ଦ୍ବାଦଶ ଛାତ୍ରଛାତ୍ରୀ ପ୍ରଥମ ଦିନରେ ସ୍କୁଲ ଆସିଥିଲେ । ସେହିଭଳି ଢେଙ୍କାନାଳରେ ୯୩ ପ୍ରତିଶତ ଦ୍ବାଦଶ ଛାତ୍ରଛାତ୍ରୀ ସ୍କୁଲ୍‌ ଆସିଥିବା ବେଳେ ଗଜପତିରେ ମାତ୍ର ୧୮ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍‌ରେ ଦେଖିବାକୁ ମିଳିଥିଲା । ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଉପସ୍ଥାନ ହାର ୬୩ ପ୍ରତିଶତ ରହିଥିଲା ।

Related Posts