ଲୋକସଭା ବାଚସ୍ପତି ହେବେ ଓମ୍ ବିର୍ଲା

ସତ୍ୟପାଠ ବ୍ୟୁରୋ : ଲୋକସଭାର ନୂଆ ବାଚସ୍ପତି ହେବେ ବିଜେପି ସାଂସଦ ଓମ୍ ବିର୍ଲା । ରାଜସ୍ଥାନ କୋଟାରୁ ଳଗାତର ଦ୍ୱିତୀୟ ଥର ପାଇଁ ଲୋକସଭା ସାଂସଦ ହୋଇଛନ୍ତି ଓମ୍ । ସେ କଂଗ୍ରେସ ପ୍ରାର୍ଥୀ ରାମ ନାରାୟଣ ମୀନାଙ୍କୁ ଅଢ଼େଇ ଲକ୍ଷରର ଅଧିକ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ଆଜି ବାଚସ୍ପତି ପଦ ପାଇଁ ସେ ପ୍ରାର୍ଥୀପତ୍ର ଦାଖଲ କରିବେ ।

ବାଚସ୍ପତି ଦୌଡରେ ଅନେକ ନାଁ ଚର୍ଚ୍ଚା ହେଉଥିଲେ ବି ଓମ୍ ବିର୍ଲାଙ୍କ ନାଁ କେବେ ଏହି ତାଲିକାରେ ସାମିଲ ହୋଇ ନଥିଲା । ଆଜି ଓମ୍ ନାମାଙ୍କନ ଦାଖଲ କରିବେ । ବୁଧବାର ଏନେଇ ନିର୍ବାଚନ ହେବ । ଏନଡିଏ ପାଖରେ ବହୁମତ ଥିବା କାରଣରୁ ଓମ୍ ହିଁ ପରବର୍ତ୍ତୀ ବାଚସ୍ପତି ହେବେ ବୋଲି ସ୍ପଷ୍ଟ ହୋଇଯାଇଛି ।

Related Posts