ଭଙ୍ଗା ଘରେ କେମିତି ହେବ ପାଠପଢ଼ା

ସତ୍ୟପାଠ ବ୍ୟୁରୋ : ମହାବାତ୍ୟା ଫନୀକୁ ଏହା ଭିତରେ ଦେଢ଼ମାସ ବିତିଗଲାଣି । କିନ୍ତୁ ପ୍ରଭାବିତ ଅଂଚଳରେ ଏବେ ବି ସ୍ଥିତି ସୁଧୁରି ପାରିନି । ସବୁଠୁ ବଡ କଥା ହେଉଛି ଖରା ଛୁଟି ପରେ ସ୍କୁଲ ଖୋଲିବାକୁ ଯାଉଥିବା ବେଳେ ପିଲାଏ କେମିତି ଓ କେଉଁ ଭଳି ଅବସ୍ଥାରେ ପାଠ ପଢ଼ିବେ ତାହା ସବୁ ମହଲରେ ଚିନ୍ତା ବଢ଼ାଇଛି ।

ପ୍ରଭାବିତ ଅଂଚଳରେ କ୍ଷତିଗ୍ରସ୍ତ ସ୍କୁଲର ମରାମତି କେଉଁଠି ଅଧା ହୋଇଛି ତ କେଉଁଠି ମୋଟେ ଆରମ୍ଭ ହୋଇନି । ଅଧିକାଂଶ ସ୍କୁଲର ଆଜବେଷ୍ଟସ ଉଡି ଯାଇଛି ଆଉ କାନ୍ଥ ଭୁଷୁଡି ଯାଇଛି । ସରକାରୀ ହିସାବ କହୁଛି ୧୪ଟି ଜିଲ୍ଲାର ୭ହଜାର ବିଦ୍ୟାଳୟ କ୍ଷତିଗ୍ରସ୍ତ ହୋଇଛି । ଯାହାର କ୍ଷତିଭରଣା କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ୪ଶହ କୋଟିରୁ ଅଧିକ ଫଣ୍ଡ ଦରକାର ।

ଏମିତିରେ ଖୋଦ ଗଣଶିକ୍ଷା ମନ୍ତ୍ରୀଙ୍କ ନିଜ ଜିଲ୍ଲା ପୁରୀରେ ୨ହଜାରରୁ ଅଧିକ ସ୍କୁଲ କ୍ଷତିଗ୍ରସ୍ତ ହୋଇଛି । ଦେଖିବାକୁ ଗଲେ କ୍ଷତିଗ୍ରସ୍ତ ସ୍କୁଲରେ ପାଠ ପଢ଼ାଇବା ଏବେ ଏକରକମ ଅସମ୍ଭବ । ତା ସାଙ୍ଗକୁ ମୌସୁମୀ ବର୍ଷା ଆରମ୍ଭ ହେଲାଣି । ଭଙ୍ଗାଘରେ ପିଲାଙ୍କୁ ପାଠ ପଢ଼ିବା ପାଇଁ ଛାଡିବାକୁ ରାଜି ନୁହଁନ୍ତି ଅଭିଭାବକ ।
ଏହି ସମସ୍ୟାକୁ ନେଇ ଛାତ୍ରଛାତ୍ରୀଙ୍କ ଠାରୁ ନେଇ ଅଭିଭାବକ, ଶିକ୍ଷକଙ୍କ ଠାରୁ ନେଇ ମନ୍ତ୍ରୀଙ୍କ ଯାଏ ସମସ୍ତେ ଚିନ୍ତିତ ହେଲେ ଏହାର ସମାଧାନ ଯେମିତି କାହାରି ହାତରେ ନଥିଲା ଭଳି ଲାଗୁଛି । କାରଣ ହାତରେ ସମୟ ନାହିଁ, ପାଖରେ ପାଣ୍ଠି ବି ନାହିଁ । ନୂଆକରି ଗଣଶିକ୍ଷା ମନ୍ତ୍ରୀ ପଦ ପାଇଥିବା ସମୀର ରଂଜନ ଦାସ ଖରାଛୁଟି ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ସ୍କୁଲ ଗୃହ ମରାମତି କରାଯିବା ନେଇ ଦମ୍ଭ ଦେଖାଇଥିଲେ ବି ଏବେ ଏହାର ଫଳାଫଳ ସମସ୍ତଙ୍କ ଆଖି ସାମ୍ନାରେ…

Related Posts