ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ହେଲେ ଜେପି ନଡ୍ଡା

ସତ୍ୟପାଠ ବ୍ୟୁରୋ : ବିଜେପିର ନୂଆ କାର୍ଯ୍ୟକାରୀ ସଭାପତି ହେଲେ ଜଗତ ପ୍ରକାଶ ନଡ୍ଡା । ଦଳର ସଂସଦୀୟ ବୋର୍ଡ ବୈଠକରେ ଏନେଇ ନିଷ୍ପତି ନିଆଯାଇଛି । ଆସନ୍ତା ଡିସେମ୍ବର ଯାଏ ସେ ଏହି ପଦ ସମ୍ଭାଳିବେ ବୋଲି ଜଣାପଡିଛି ।

ଜେପିଙ୍କ ଅଧ୍ୟକ୍ଷତାରେ ହିଁ ବିଜେପିର ସାଂଗଠାନିକ ନିର୍ବାଚନ ହେବ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଗୃହମନ୍ତ୍ରୀ ହେବା ପରେ ସଭାପତି କିଏ ହେବ ସେନେଇ ଅନେକ ଚର୍ଚ୍ଚା ହେଉଥିଲା । ଡିସେମ୍ବର ଯାଏ ଶାହା ଦାୟିତ୍ୱରେ ରହିବାକୁ ନିଷ୍ପତି ନିଆଯାଇଥିବା ବେଳେ ଜେପିଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ କରାଯାଇଛି ।

Related Posts