୨୦୨୪ରେ କ୍ଷମତାକୁ ଆସିବନି ବିଜେପି: ମମତା ବାନାର୍ଜୀ

କୋଲକାତା : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ଉପରେ ବଡ଼ ବାଣ ମାରିଛନ୍ତି । କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି । ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ବହୁମତ ମିଳିବ ନାହିଁ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି । ୨୦୨୪ ରେ ବିଜେପି କୁ କ୍ଷମତା ମିଳିବ ନାହିଁ । ଅନ୍ୟ ଦଳମାନେ ମିଶି ସରକାର ବନାଇବେ ବୋଲି କହିଛନ୍ତି।

ଲୋକମାନେ ୨୦୨୪ରେ ବିଜେପିକୁ କେନ୍ଦ୍ର କ୍ଷମତାରୁ ହଟାଇଦେବେ ବୋଲି କୋଲକାତାର ଶହୀଦ ଦିବସ ଶୋଭାଯାତ୍ରାରେ ଲୋକମାନଙ୍କୁ ସମ୍ୱୋଧନ କରିବା ସମୟରେ ମମତା ଏପରି କହିଛନ୍ତି। ଦେଶର ସଂସ୍ଥାନ ଗୁଡ଼ିକୁ ବିଜେପି ବର୍ବାଦ କରିଛି ବୋଲି ମମତା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେଉଁମାନଙ୍କର ଭାରତ ସ୍ୱତନ୍ତ୍ରତା ସଂଘର୍ଷରେ କୌଣସି ଭୂମିକା ନାହିଁ ସେମାନେ ଦେଶର ଇତିହାସ ପୁଣିଥରେ ଲେଖିବାକୁ ଚେଷ୍ଠା କରୁଛନ୍ତି। ସେ କହିଛନ୍ତି ବିଜେପିକୁ ୨୦୨୪ରେ କ୍ଷମତାରୁ ହଟାଇ ଦିଆଯିବ। ମମତା କହିଛନ୍ତି ମୁଁ ଦୃଢ଼ତାପୂର୍ବକ କହୁଛି ବିଜେପିକୁ ଏକୁଟିଆ ନିଜ ଦମ୍‌ରେ ବହୁମତ ମିଳିବ ନାହିଁ।

ସେ କହିଛନ୍ତି ବିଜେପିକୁ ବହୁମତ ନମିଳିବାର ସ୍ଥିତିରେ ଅନ୍ୟଦଳଗୁଡ଼ିକ ଏକାଠି ହୋଇଯିବେ। ଏହି ସମ୍ୱୋଧନ ସମୟରେ ମମତା ବାନାର୍ଜୀ ଲୋକମାନଙ୍କୁ ଅପିଲ କରିଛନ୍ତି ଯେ ବିଜେପି ପିଞ୍ଜରାରୁ ମୁକ୍ତ ହୋଇଯାଆନ୍ତୁ, ୨୦୨୪ରେ ଜନତାଙ୍କ ସରକାର ଆଣନ୍ତୁ। ଗହମ, ଡାଲି ଓ ଅଟା ଭଳି ଖାଦ୍ୟ ପଦାର୍ଥରେ ୨୫ କିଲୋରୁ କମ୍‌ ସମସ୍ତ ପ୍ୟାକେଟ୍‌ରେ ଜିଏସଟି ଲାଗିଥିବାରୁ ମମତା ଏହାକୁ ଜନବିରୋଧି ପଦକ୍ଷେପ କହିଛନ୍ତି। ସେ କହିଛନ୍ତି ଯେତେବେଳେ ବିଜେପି ସମସ୍ତ ଖାଦ୍ୟ ଏପରିକି ମୁଢ଼ି ଓ ଦୁଗ୍ଧ ପାଉଡରରେ ମଧ୍ୟ ଜିଏସଟି ଲଗାଇଛି ତେବେ ଲୋକମାନେ କଣ ଖାଇବେ? ଏହି ଦେଶରୁ ଗରିବି କିପରି ହଟିବ ?

Related Posts