୫ଟି ରାଜ୍ୟରେ ପରାଜୟ ପରେ ବିଜେପିର ଆତ୍ମଚିନ୍ତନ, ଦିଲ୍ଲୀରେ ସଂସଦୀୟ ଦଳ ବୈଠକ

5ଟି ରାଜ୍ୟରେ ପରାଜୟ ପରେ ବିଜେପିର ଆତ୍ମଚିନ୍ତନ । ଏ ନେଇ ଗୁରୁବାର ଦିଲ୍ଲୀରେ ବସିଥିଲା ବିଜେପି ସଂସଦୀୟ ଦଳ ବୈଠକ । ସଂସଦର ଲାଇବ୍ରେରୀ ଭବନରରେ ହୋଇଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସଭାପତି ଅମିତ ଶାହଙ୍କ ସମେତ ଦଳର ବରିଷ୍ଠ ନେତା ଯୋଗ ଦେଇଥିଲେ ।

ବୈଠକ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓ ଅନନ୍ତ କୁମାରଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଏହି ବୈଠକରେ ହିଁ ପାଞ୍ଚଟି ରାଜ୍ୟରେ ବିଜେପିର ପ୍ରଦର୍ଶନ ଉପରେ ସମୀକ୍ଷା ହୋଇଥିବା ଏବଂ ଦଳର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ହୋଇଥିବା ଖବର ମିଳିଛି ।

Related Posts