ବଢ଼ିଲା ପିଏନ୍‌ବି ମହାଠକେଇ ଅଭିଯୁକ୍ତଙ୍କ ଅଡୁଆ, ମେହୁଲ ଚୌକସୀଙ୍କ ନାଁରେ ଇଣ୍ଟରପୋଲ୍‌ ରେଡ୍‌ କର୍ଣ୍ଣର ନୋଟିସ୍‌

ପିଏନ୍‌ବି ମହାଠକେଇ ମାମଲାରେ ଅଭିଯୁକ୍ତ ମେହୁଲ ଚୌକସୀଙ୍କ ପାଇଁ ଅଡ଼ୁଆ ବଢ଼ିଲା । ଇଣ୍ଟରପୋଲ ପକ୍ଷରୁ ଏହି ଫେରାର କୋଟିପତିଙ୍କ ନାଁରେ ଜାରି ହୋଇଛି ରେଡ୍‌ କର୍ଣ୍ଣର ନୋଟିସ୍‌ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୧୩ ହଜାର କୋଟି ଟଙ୍କାର ଠକେଇ ମାମଲାରେ ନିରବ ମୋଦି ଓ ମେହୁଲ ଚୌକସୀ ଅଭିଯୁକ୍ତ ତାଲିକାରେ ଅଛନ୍ତି ।

ଚଳିତ ବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ଚୌକସୀ ଫେରାର ହୋଇଥିଲେ । ଏହାପରେ ସେ ଆଣ୍ଟିଗୁଆର ନାଗରିକତ୍ବ ନେଇ ସାରିଛନ୍ତି । ସେ ଓ ତାଙ୍କ କମ୍ପାନୀ ନାଁରେ ବ୍ୟାଙ୍କରୁ ପ୍ରାୟ ୭ହଜାର କୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗ ରହିଛି । ସିବିଆଇର ରେଡ୍‌ କର୍ଣ୍ଣର ନୋଟିସ୍‌ ଜାରି କରିବା ଆବେଦନ ବିରୋଧରେ ଅପିଲ କରିଥିଲେ ଚୌକସୀ । ତେବେ ସିବିଆଇର ଅନୁରୋଧକୁ ସ୍ବୀକାର କରିଛି ଇଣ୍ଟରପାଲ୍‌ ।

Related Posts