ଛତିଶଗଡ଼ରେ 15ରେ ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ବଘେଲ ଆଗୁଆ

ଆସନ୍ତା ୧୫ ତାରିଖରେ ଛତିଶଗଡ଼ରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ । ରାୟପୁରରେ ହେବ ଶପଥଗ୍ରହଣ ଉତ୍ସବ । ଶପଥଗ୍ରହଣ ଉତ୍ସବରେ ସାମିଲ ହେବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି । ଛତିଶଗଡ଼ରେ ଅନୁଷ୍ଠିତ କଂଗ୍ରେସ ବିଧାୟକ ଦଳ ବୈଠକରେ ଏ ନେଇ ପ୍ରସ୍ତାବ ଗୃହୀତ ହୋଇଛି । ଦଳୀୟ ପର୍ଯ୍ୟବେକ୍ଷକ ମଲ୍ଲିକାର୍ଜ୍ଜୁନ ଖାଡ୍‌ଗେ ବିଧାୟକଙ୍କ ସହ ଜଣ ଜଣ କରି ଫିଡ୍‌ବ୍ୟାକ୍‌ ନେଇଛନ୍ତି ।

କିନ୍ତୁ ମୁଖ୍ୟମନ୍ତ୍ରୀ କିଏ ହେବେ ସେ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଚୂଡ଼ାନ୍ତ ନିଷ୍ପତ୍ତି ନେବେ । ରାହୁଲ ଗାନ୍ଧି, ଦଳୀୟ କର୍ମୀଙ୍କୁ ଫୋନ୍‌ କରି ସେମାନଙ୍କଠାରୁ ପସନ୍ଦର ମୁଖ୍ୟମନ୍ତ୍ରୀ କିଏ ବୋଲି ମତାମତ ନେଉଛନ୍ତି ।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଦୌଡ଼ରେ ପିସିସି ସଭାପତି ଭୁପେଶ ବଘେଲ ଆଗରେ ରହିଛନ୍ତି । ରାଜ୍ୟରେ କଂଗ୍ରେସ ସଂଗଠନକୁ ମଜବୁତ କରିବାରେ ବଘେଲ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ହାଇକମାଣ୍ଡ ତାଙ୍କ ନାଁରେ ମୋହର ମାରିପାରନ୍ତି ।

Related Posts