ମହାଳୟା ପରେ ଜୋର ଧରିଲା ମହାମେଣ୍ଟ ପ୍ରସ୍ତୁତି

ବେଙ୍ଗାଲୁରୁ: ସରିଛି ମହାଳୟା, ଦଶହରା, ସାଙ୍ଗକୁ ଦୀପାବଳି  । ଏବେ ଆଗକୁ ଆସୁଛି ଗଣତନ୍ତ୍ରର ସବୁଠୁ ବଡ ପର୍ବ  । ଏନଡିଏକୁ ମାତ ଦେଇ ବିରୋଧୀ ଏବେ ମହାମେଣ୍ଟ ପ୍ରସ୍ତୁତିରେ ଲାଗୁ ପଡିଛନ୍ତି  । କର୍ଣାଟକରେ ବିଜେପି ମେଣ୍ଟ ଆଗରେ ସରେଣ୍ଡର କରିବା ପରେ ଏବେ ବିରୋଧୀ ଦଳ ମୌକାରେ ଚୌକା ମାରିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି  ।

ମେଣ୍ଟ ଗଠନ କରି ବିଜେପିକୁ ହଟାଇବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ଟିଡିପି ସୁପ୍ରିମୋ। ଏଥିପାଇଁ କର୍ଣ୍ଣାଟକ ଗସ୍ତ କରିଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କୁ ଭେଟିଛନ୍ତି ନାଇଡୁ। ବିଜେପିକୁ ଟକ୍କର ଦେବା ପାଇଁ ନାଇଡୁଙ୍କ ସହ ଏକାଠି ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପୂର୍ବରୁ କଂଗ୍ରେସ ସହ ସମସ୍ତ ବିରୋଧୀ ଦଳ ମିଳିତ ଭାବେ ମୋଦି ସରକାରଙ୍କୁ ଘେରିବା ପାଇଁ ଅଣ୍ଟା ଭିଡିଥିଲେ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ସହ ବିରୋଧୀଙ୍କୁ ଏକାଠି ହେବା ଦେଖିଥିଲା।

2014ରୁ ଏନଡିଏରେ ସାମିଲ ଥିବା ଟିଡିପି ଏବେ ନିଜର ଅସନ୍ତୋଷ ଜାହିର କରି ଏନଡିଏରୁ ଓହରି ଆସିଛି  । କେସିଆର ମହାମେଣ୍ଟ ପାଇଁ କିଛି ଦିନ ଲିଡ ରୋଲ ପ୍ଲେ କରିବେ ବୋଲି ଜଣାପଡୁଥୁଲା  । ଏବେ କିନ୍ତୁ ସେ ଏନଡିଏରେ ସାମିଲ ହେବେ ବୋଲି ଜଣାପଡିଛି  । ତେଣେ କେସିଆରଙ୍କ ପ୍ରମୁଖ ବିରୋଧୀ ଟିଡିପି କିନ୍ତୁ ମହାମେଣ୍ଟର ମହାନାୟକ ହେବ ବୋଲି ଆଗଭର ପ୍ରକାଶ କରିଛି  । ତିତଲି ଓ ଆନ୍ଧ୍ରକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ପ୍ରସଙ୍ଗରେ ନିଜର ଦାବିରୁ ଏହା ସ୍ପଷ୍ଟ ହୋଇଛି  ।

Related Posts