ବିଧାନସଭା ପରେ ବିଧାନପରିଷଦ ନିର୍ବାଚନକୁ ନେଇ ୟୁପି ରେ ଅଣ୍ଟା ଭିଡ଼ିଲା ବିଜେପି: ପରାଜିତ ନେତାଙ୍କୁ ମିଳିବନି ଟିକେଟ

ସରିଲା ବିଧାନସଭା ନିର୍ବାଚନ । ଏବେ ବିଧାନପରିଷଦ ନିର୍ବାଚନକୁ ନେଇ ଆରଂଭ ହୋଇଯାଇଛି ପ୍ରସ୍ତୁତି। ନିର୍ବାଚନ ପୂର୍ବରୁ ଏବେ ୟୁପିରେ ରାଜନୀତି ଜୋର ଧରିଛି । ଦଳ କାହାକୁ ଟିକେଟ ଦେବ ସେନେଇ ମାନସ ମନ୍ଥନ ଆରମ୍ଭ ହୋଇଯାଇଥିବା ବେଳେ, ଦଳ ଏଥର ହାରିଥିବା ନେତାଙ୍କୁ ଟିକେଟ ନ ଦେବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି ।

ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପରେ ଏବେ ବିଧାନ ପରିଷଦ ପାଇଁ ଋଣନୀତି ଆରମ୍ଭ ହୋଇଯାଇଛି । ଏହି ବିଧାନ ପରିଷଦ ନିର୍ବାଚନର ଟିକେଟ ପାଇଁ ମଧ୍ୟ ବେଶ୍ ଭଲ ଭାବରେ କସରତ ଆରମ୍ଭ ହୋଇଗଲାଣି । ଏହାରି ଭିତରେ ଭାରତୀୟ ଜନତା ପାର୍ଟି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସିଧାସଳଖ କୁହାଯାଇଛି ଯେ ବିଧାନସଭା ନିର୍ବାଚନରେ ହାରିଥିବା ନେତା ମାନଙ୍କୁ ଟିକେଟ୍ ପ୍ରଦାନ କରାଯିବ ନାହିଁ । ଏମଏଲସି ନିର୍ବାଚନ ପାଇଁ ୩୬ଟି ସିଟ୍ ପାଇଁ ଆସନ୍ତା ମାସ ୯ ତାରିଖରେ ଏହି ନିର୍ବାଚନ କରାଯିବ ।

ଏଥିପାଇଁ ମାର୍ଚ୍ଚ ୧୫ ରୁ ୧୯ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯିବ । ଏହା ପୁର୍ବରୁ ବିଜେପି ପାର୍ଟି ତରଫରୁ ଏକ ଉଚ୍ଚସ୍ତରୀୟ ବୈଠକ ମଧ୍ୟ ଅନୁଷ୍ଠିତ ହେବ ।

ବର୍ତ୍ତମାନ ଏହି ନିର୍ବାଚନ ପାଇଁ ଅନେକ ପ୍ରାର୍ଥୀଙ୍କ ନାଁ ବେଶ୍ ଚର୍ଚ୍ଚାକୁ ଆସୁଥିବା ବେଳେ, ବିଧାନସଭା ନିର୍ବାଚନରେ ହାରିଥିବା ନେତାମାନେ ମଧ୍ୟ ଟିକେଟ ପାଇଁ ଲବୀ କରୁଥିବା ଦେଖିବାକୁ ମିଳିଛି ।

Related Posts