ଦେଶର ସବୁଠୁ ଧନୀ ଦଳ ବିଜେପି: ଚାନ୍ଦା ବାବଦରେ ଖାତାକୁ ଯାଇଛି ୭୨୦ କୋଟି ୪୦ ଲକ୍ଷ ଟଙ୍କା: ଏଡିଆର୍‌ ରିପୋର୍ଟ

ନୂଆଦିଲ୍ଲୀ: ଦେଶର ସବୁଠୁ ଧନୀ ଦଳ ଶାସକ ଦଳ ବିଜେପି | ବିଜେପି ସମଗ୍ର ରାଜ୍ୟରେ ନିଜ ଦବଦବା ବଜାଇ ରଖିଥିବା ବେଳେ, ପ୍ରତିବର୍ଷ ଚାନ୍ଦା ବାବଦରେ ମାଲାମାଲ ହେଉଛି । ଚାନ୍ଦା ବାବଦକୁ ମିଳୁଛି ପୁଳାପୁଳା ଟଙ୍କା | ୨୦୧୯-୨୦ ଏଡିଆର୍‌ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି | ଚାନ୍ଦା ବାବଦରେ ବିଜେପି ପାଇଛି ୭୨୦ କୋଟି ୪୦ ଲକ୍ଷ ଟଙ୍କା ପାଇଛି |

ରାଜନୈତିକ ଦଳମାନଙ୍କୁ ପ୍ରତିବର୍ଷ କର୍ପୋରେଟ ଜଗତରୁ କୋଟି କୋଟି ଟଙ୍କା ଚାନ୍ଦା ମିଳୁଛି। ସବୁ ନାମିଦାମୀ କମ୍ପାନୀମାନେ ରାଜନୈତିକ ଦଳମାନଙ୍କୁ ଏହି ଚାନ୍ଦା ପ୍ରଦାନ କରିଥାନ୍ତି। ଚାନ୍ଦା ଦେଉଥିବା କର୍ପୋରେଟମାନଙ୍କ ମଧ୍ୟରେ ଅନେକ ଅଜଣା ନାମ ବି ସାମିଲ ରହିଛି। ରାଜନୈତିକ ପାରଦର୍ଶିତା ପାଇଁ କାମ କରୁଥିବା ଏକ ସଂସ୍ଥା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମର (ଏଡିଆର) ଏବେ ଏକ ରିପୋର୍ଟ ପ୍ରକାଶ କରିଛି ।

ଏହି ରିପୋର୍ଟରେ ସଂସ୍ଥା ପକ୍ଷରୁ ରାଜନୈତିକ ଦଳମାନଙ୍କୁ କେଉଁ କମ୍ପାନୀ କେତେ ଚାନ୍ଦା ଦେଉଛି ତାହା ପ୍ରକାଶ କରିଛି। ରିପୋର୍ଟ ମୁତାବକ ୨୦୧୯-୨୦ ଆର୍ଥିକ ବର୍ଷରେ ରାଜନୈତିକ ଦଳମାନଙ୍କୁ ଚାନ୍ଦା ଦେବା କ୍ଷେତ୍ରରେ ସବୁଠାରୁ ଆଗରେ ରହିଛନ୍ତି ଭାରତୀ ଏଣ୍ଟରପ୍ରାଇଜେସ ଓ ଆଇଟିସି ଭଳି ବଡ କମ୍ପାନୀ।

ଏଡିଆରର ରିପୋର୍ଟ ମୁତାବକ ଭାରତୀ ଏଣ୍ଟରପ୍ରାଇଜେସ ଠାରୁ ପ୍ରୋଡେଣ୍ଟ ଇଲେକ୍ଟ୍ରୋରାଲ ଟ୍ରଷ୍ଟ ଚାନ୍ଦା ଦେବା କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି। ଏହି କମ୍ପାନୀ ୨୦୧୯-୨୦ ଆର୍ଥିକ ବର୍ଷ ରାଜନୈତିକ ଦଳମାନଙ୍କୁ ସର୍ବାଧିକ ୨୪୭.୭୫ କୋଟି ଟଙ୍କା ଚାନ୍ଦା ଦେଇଛି । ଏହାସହ ୨୦୧୬-୧୭ ଓ ୨୦୧୭-୧୮ ଦୁଇ ବର୍ଷରେ ଏହି କମ୍ପାନୀ ସର୍ବାଧିକ ୪୨୯.୪୨ କୋଟି ଟଙ୍କା କେବଳ ବିଜେପି ଓ କଂଗ୍ରେସକୁ ଚାନ୍ଦା ଦେଇଛି। ସେତେବେଳେ ଏହା ସତ୍ୟ ଇଲେକ୍ଟ୍ରୋକାଲ ଟ୍ରଷ୍ଟ ନାମରେ ପରିଚିତ ଥିଲା। ଏହି କ୍ରମରେ ପ୍ରୋଡେଣ୍ଟ ଇଲେକ୍ଟୋରାଲ ଟ୍ରଷ୍ଟ ତରଫରୁ ବିଜେପିକୁ ୨୧୬.୭୫ କୋଟି ଓ କଂଗ୍ରେସକୁ ୩୧ କୋଟି ଟଙ୍କା ଚାନ୍ଦା ଦେଇଥିଲା।

ଏଡିଆର୍‌ ରିପୋର୍ଟ ଅନୁଯାୟୀ, ଭାରତୀୟ ଜନତା ପାର୍ଟି ତଥା ବିଜେପି ଚାନ୍ଦା ପାଇବାରେ ସବୁଠୁ ଆଗରେ ରହିଛି। ୨୦୧୯-୨୦ ଆର୍ଥିକ ବର୍ଷରେ, ଶ୍ରେଷ୍ଠ -୫ ଦଳକୁ ମିଳିତ ଭାବେ ୯୨୧ କୋଟି ୯୫ ଲକ୍ଷ ଟଙ୍କା କର୍ପୋରେଟ୍ ଚାନ୍ଦା ମିଳିଥିଲା। ଏଥିରୁ ୧୨୦ କୋଟି ୪୦ ଲକ୍ଷ ଟଙ୍କା କେବଳ ବିଜେପିକୁ ମିଳିଥିଲା। ସେହିପରି କଂଗ୍ରେସକୁ ୧୩୩.୦୪ କୋଟି ଓ ଏନ୍‌ସିପିକୁ ୫୭.୦୮ କୋଟି ମିଳିଛି।

ବିଜେପି ବ୍ୟତୀତ କର୍ପୋରେଟ ଜଗତରୁ ଚନ୍ଦା ପାଉଥିବା ଦଳମାନଙ୍କ ମଧ୍ୟରେ କଂଗ୍ରେସ, ଏନସିପି, ସିପିଆଇ (ଏମ) ଓ ତୃଣମୂଳ କଂଗ୍ରେସ ସାମିଲ ରହିଛି।

Related Posts