ବିହାର ସିୱନ ଜିଲ୍ଲାରେ ଏମ୍‌ଏଲସି ପ୍ରାର୍ଥୀ ରଇସ ଖାନ୍‌ଙ୍କ କାର୍‌ ଉପରକୁ ଦୁର୍ବୁତଙ୍କ ଆଖିବୁଜା ଗୁଳିମାଡ: ଜଣେ ମୃତ, ଅନେକ ଆହତ

ବିହାର : ବିହାର ସିୱନ ଜିଲ୍ଲାରେ ଏମ୍‌ଏଲସି ପ୍ରାର୍ଥୀ ରଇସ ଖାନ୍‌ଙ୍କ କାର୍‌ ଉପରକୁ ଆଖିବୁଜା ଗୁଳିମାଡ | ତାଙ୍କ କନଭେ ଉପରକୁ AK-47ରେ ଆକ୍ରମଣ କରିଛନ୍ତି ଦୁର୍ବୁତ୍ତ | ତେବେ ଏହି ଆକ୍ରମଣରେ ରାଇସ୍ ଖାନ୍ ବର୍ତ୍ତି ଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି, ଅନେକ ଆହତ ହୋଇଥିବା ନେଇ ସୂଚନା ମିଳିଛି |

ସୂଚନା ଅନୁସାରେ, ଏହି ଆକ୍ରମଣ ସୋମବାର ବିଳମ୍ବିତ ରାତିରେ ହୋଇଛି। ଏମଏଲସି ପ୍ରାର୍ଥୀ ରାଇସ ଖାନ ତାଙ୍କ କାର୍ଯ୍ୟାଳୟରୁ ସହରର ପୁରାଣା କିଲା ସ୍ଥାନରୁ ଜ୍ୟାସପୁରକୁ ଫେରୁଥିବା ସମୟରେ ଏହି ଆକ୍ରମଣ ହୋଇଥିଲା। ଏହି ସମୟରେ AK-47 ରୁ ଗୁଳି ବିନିମୟ ହୋଇଥିଲା। ୪ରୁ ୫ ଜଣ ଏହି ଆକ୍ରମଣ କରିଥିବା କୁହାଯାଉଛି। ଆକ୍ରମଣକାରୀମାନେ ଏକ ବୋଲେରୋ ଗାଡିକୁ ମଧ୍ୟ ଟାର୍ଗେଟ କରି ଗୁଳି ମାଡ କରିଥିଲେ। ଆକ୍ରମଣକାରୀମାନେ ଭାବିଥିଲେ ଯେ ଏହି କାର ମଧ୍ୟ ରାଇସ୍ ଖାନଙ୍କ କନଭେରେ ସାମିଲ ଅଛି। କିନ୍ତୁ ଉକ୍ତ କାର୍‌ରେ ବରଯାତ୍ରୀ ଥିଲେ। ଏହି କାର୍‌ରେ ଥିବା ୩୦ ବର୍ଷୀୟ ବିନୋଦ ଯାଦବଙ୍କୁ ଗୁଳି ବାଜିବା ପରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲେ। ଏହି ଆକ୍ରମଣରେ ଅନେକ ଲୋକ ଆହତ ହୋଇଥିବା ଜଣାଯାଇଛି। ଆହତମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା ଚାଲିଛି।

ଏହି ମାମଲାରେ ସିୱାନ ପୁଲିସ ଅଧୀକ୍ଷକ ଶୈଲେଶ କୁମାରଙ୍କ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ଆମକୁ ସୂଚନା ମିଳିଛି ଯେ ହୁସେନଗଞ୍ଜର ଏକ ଅଞ୍ଚଳରେ କାର ଯୋଗେ ଫେରୁଥିବା ଲୋକଙ୍କ ଉପରେ ଗୁଳିମାଡ ହୋଇଛି। ପୋଲିସ ଟିମ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି |

Related Posts