ହରିୟାଣାରେ ସରକାର କରିବ ବିଜେପି !

ହରିୟାଣାରେ ଜୋଡତୋଡ଼ର ସରକାର କରିବ ବିଜେପି । ୭୫ରୁ ଅଧିକ ଆସନ ଜିତିବା ନେଇ ଦାବି କରୁଥିବା ବିଜେପି ବହୁମତଠାରୁ ଦୂରରେ ରହିଛି । ଦଳ ପାଖରେ 40 ଆସନ ଥିବାରୁ ସମର୍ଥନ ପାଇଁ 7 ଜଣ ସ୍ବାଧୀନ ପ୍ରାର୍ଥୀଙ୍କୁ ଅନୁରୋଧ କରିଛି ବିଜେପି । ଏଭଳି ସ୍ଥଳରେ ଜେଜେପି ଓ ସ୍ବାଧୀନ ପ୍ରାର୍ଥୀଙ୍କ ଭୂମିକା ଖୁବ୍‌ ଖୁରୁତ୍ବପୂର୍ଣ୍ଣ । ନିର୍ବାଚନରେ ବିଜୟୀ ହୋଇଥିବା 7 ସ୍ବାଧୀନ ପ୍ରାର୍ଥୀ ବଲରାଜ କୁଣ୍ଡୁ, ନୟନ ପାଲ ରାୱତ, ଗୋକୁଲ ସେଟିୟା, ରାକେଶ ଦୌଲତାବାଦ, ରଣଜିତ ସିଂହ, ଏବଂ ରଣଧୀର ସିଂହଙ୍କ ସମର୍ଥନ ହାସଲ କରିବାରେ ସଫଳ ହୋଇଛି ବିଜେପି । ତେଣୁ ଆଜି ସଂଧ୍ୟା ସୁଦ୍ଧା ହରିୟାଣାରେ ସରକାର ଗଠନ ପାଇର୍ ରାଜ୍ରପାଳଙ୍କ ନିକଟରେ ଦାବି କରିପାରେ ବିଜେପି ।

ଅନ୍ୟପଟେ ହରିୟାଣାରେ ଏଥର ବିଜେପିକୁ କଡ଼ା ଟକ୍କର ଦେଇଛି କଂଗ୍ରେସ । ରାଜ୍ୟରେ ଜାଠ୍‌ଙ୍କ ଦାବି ନେଇ ରାଜନୀତି କରୁଥିବା ଜନନାୟକ ଜନତା ପାର୍ଟି 10ଟି ଆସନ ହାତେଇଛି । ରାଜ୍ୟରେ ବିଜେପି ବଡ ଦଳ ଭାବେ ଉଭା ହୋଇଥିଲେ ବି ସରକାର ଗଢ଼ିବା ଲାଗି ବହୁମତ ପାଇନି । ସେହିପରି କଂଗ୍ରେସ ବି ବହୁମତଠାରୁ ବହୁ ପଛରେ ରହିଛି । ବଲରାଜ କୁଣ୍ଡୁଙ୍କୁ ବିଜେପି ଟିକେଟ ନଦେବାରୁ ସେ ଦଳରୁ ଇସ୍ତଫା ଦେଇ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ । କଂଗ୍ରେସ ନେତା ରଣଦୀପ ସିଂହ ସୁର୍ଜେୱାଲା ପୁଣି ଥରେ ପରାସ୍ତ ହୋଇଛନ୍ତି । ସୁର୍ଜେୱାଲା କୈଥଲ ଆସନରୁ ନିର୍ବାଚନ ଲଢ଼ିଥିଲେ ।  ତେବେ ସେ ବିଜେପିର ଲିଲା ରାମଙ୍କଠାରୁ ମାତ୍ର ୫୬୭ ଭୋଟରେ ପରାସ୍ତ ହୋଇଛନ୍ତି । ପୂର୍ବରୁ ଜିନ୍ଦ ଉପନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ପରାସ୍ତ ହୋଇଥିଲେ ସୁର୍ଜେୱାଲ । ନିଜର ବ୍ୟକ୍ତିଗତ ପରାଜୟ ସତ୍ତ୍ବେ ସେ ବିଜେପିକୁ କ୍ଷମତାରୁ ଆଉଟ କରିବା ଲାଗି ଅନ୍ୟମାନଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି । ହିରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ବିଜେପିକୁ ଖୁବ୍‌ ଆଶ୍ଚର୍ଯ୍ୟ କରିଛି । ମନୋହର ଲାଲ ଖଟ୍ଟର ସରକାରଙ୍କ ଏକାଧିକ ମନ୍ତ୍ରୀ ଦେଖିଛନ୍ତି ପରାଜୟର ମୁହଁ । ଅଧାଡର୍ଜନରୁ ଅଧିକ ମନ୍ତ୍ରୀଙ୍କ ପରାଜୟ ସୁନିଶ୍ଚିତ ହୋଇଛି । ବିଦାୟୀ ସରକାରଙ୍କ କ୍ୟାବିନେଟ୍‌ ମନ୍ତ୍ରୀ ଓମ ପ୍ରକାଶ ଝନଖଡ, କବିତା ଜୈନ, କ୍ୟାପ୍ଟେନ ଅଭିମନ୍ୟୁ, କୃଷ୍ଣଲାଲ ପାୱାର ପରାଜିତ ହୋଇଛନ୍ତି । ସେହିପରି ବିଜେପି ଟିକେଟରେ ନିର୍ବାଚନ ଲଢ଼ିଥିବା ତିନି ଖେଳାଳିଙ୍କ ମଧ୍ୟରୁ ମାତ୍ର ଜଣେ ହିଁ ନିର୍ବାଚନରେ ବିଜୟୀ ହୋଇଛନ୍ତି । କୁସ୍ତି ଯୋଦ୍ଧା ବବିତା ଫୋଗାଟ ଏବଂ ଯୋଗେଶ୍ବର ଦତ୍ତ ଜନତାଙ୍କଠାରୁ ମେଡାଲ ପଇବାରେ ବିଫଳ ହୋଇଛନ୍ତି । ହେଲେ ହକି ଖେଳାଳି ସନ୍ଦୀପ ସିଂହ ନିର୍ବାଚନୀ ମୈଦାନରେ ବାଜି ମାରିବାରେ ସଫଳ ହୋଇଛନ୍ତି ।

ହରିୟାଣାର କାହାକୁ ମିଳିନି ସ୍ପଷ୍ଟ ବହୁମତ

ହରିୟାଣାରେ ଜୋଡତୋଡ଼ର ସରକାର କରିବ ବିଜେପି

ବିଜେପିକୁ 7 ସ୍ବାଧୀନ ପ୍ରାର୍ଥୀଙ୍କ ସମର୍ଥନ

ଆଜି ସଂଧ୍ୟା ସୁଦ୍ଧା ସରକାର ଗଠନ ପାଇର୍ ଦାବି କରିପାରେ ବିଜେପି

ମନୋହର ଲାଲ ଖଟ୍ଟର ସରକାରଙ୍କ ଏକାଧିକ ମନ୍ତ୍ରୀ ଦେଖିଛନ୍ତି ପରାଜୟର ମୁହଁ

କଂଗ୍ରେସ ନେତା ରଣଦୀପ ସିଂହ ସୁର୍ଜେୱାଲା ପୁଣି ହେଲେ ପରାସ୍ତ

ବିଜେପିର ଲିଲା ରାମଙ୍କଠାରୁ ମାତ୍ର ୫୬୭ ଭୋଟରେ ପରାସ୍ତ ହେଲେ ସୁର୍ଜେୱାଲା

ପୂର୍ବରୁ ଜିନ୍ଦ ଉପନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ପରାସ୍ତ ହୋଇଥିଲେ ସୁର୍ଜେୱାଲ

Related Posts