ଆବାସିକ ଛାତ୍ରଙ୍କୁ ଶିକ୍ଷକଙ୍କ ମାଡ଼ କାହିଁକି ?

(ସତ୍ୟପାଠ ବ୍ୟୁରୋ) ପୁଣି ପଦାରେ ପଡ଼ିଲା ଆବାସିକ ସ୍କୁଲରେ ଛାତ୍ରଙ୍କୁ ନିର୍ଯାତନାର ଚିତ୍ର । ପାଲଲହଡ଼ା ନାଇକାଣିପାଲି ଆଶ୍ରମ ସ୍କୁଲର ଦିତୀୟ ଶ୍ରେଣୀ ଛାତ୍ରଙ୍କୁ ଶିକ୍ଷକ ମାଡ଼ ଅଭିଯୋଗ । ପାଳଲହଡାର ବିଭିନ୍ନ ସରକାରୀ ଆବାସିକ ବିଦ୍ୟାଳୟରେ ଶିଶୁ ନିର୍ଯ୍ୟାତନାର କରୁଣ କାହାଣୀ ଖୋଲିଦେଇଛି 5-ଟି କାର୍ଯ୍ୟକ୍ରମର ମୁଖା ।

ସୂଚନା ଅନୁସାରେ ପାଳଲହଡା ବ୍ଲକ ନାଇକାଣିପାଲି ସରକାରୀ ଆବାସିକ ବିଦ୍ୟାଳୟ ପରିସରରୁ ଗତକାଲି ଅପରାହ୍‌ଣରେ ସ୍କୁଲ ଛୁଟି ହେବା ପରେ ଦ୍ବିତୀୟ ଶ୍ରେଣୀ ଛାତ୍ର ଅଶୋକ ନାୟକକୁ ସାମାନ୍ୟ କଥାରେ ସ୍କୁଲ ପରିଚାଳକ ଦିଲୀପ ସାର ମାଡ଼ ମାରିଥିଲେ । ଏହା ପରେ ଭୟରେ ସ୍କୁଲରୁ ଫେରାର ହୋଇଯାଇଥିଲେ ଛାତ୍ର । ସଂଧ୍ୟା 6 ଟାରେ ସ୍କୁଲଠାରୁ 5 କିମି ଦୂର ଉଦିତନଗର ଛକରୁ କିଛି ସ୍ଥାନୀୟ ଯୁବକ ଛାତ୍ରକୁ ଉଦ୍ଧାର କରି ପାଳଲହଡା ଥାନାରେ ଜିମା ଦେଇଥିଲେ । ତେବେ ଛାତ୍ର ଅଶୋକ ସିଧାସଳଖ ଦିଲୀପ ସାର ବାଡେଇଥିବା ଅଭିଯୋଗ କରିଛି । ଅନ୍ୟପଟେ ଅଭିଯୋଗ ନେଇ ଶିକ୍ଷକ ଦିଲ୍ଲୀପ ସାର ଛାତ୍ରକୁ ବାଡେଇ ନଥିବା ସଫେଇ ଦେଇଛନ୍ତି । ଘଟଣାକୁ ଚାପି ଦେବାକୁ ସ୍କୁଲ କତୃପକ୍ଷଙ୍କ ପକ୍ଷରୁ ଜୋରଦାର ଉଦ୍ୟମ କରାଯାଇଛି ।

ଆଦିବାସୀ ଛାତ୍ରଙ୍କୁ ଶିକ୍ଷକ କ’ଣ ପାଇଁ ମାଡ ମାରିଲେ ?

ସ୍କୁଲରୁ ଅଶୋକ ଫେରାର ହେବାର 3 ଘଣ୍ଟା ପରେ ମଧ୍ୟ କାହିଁକି ଚୁପ ରହିଥିଲେ କର୍ତ୍ତୃପକ୍ଷ ?

ଅଶୋକଙ୍କ ସହ ଯଦି କିଛି ଅଘଟଣ ହୋଇଥାନ୍ତା ଏଥିପାଇଁ କିଏ ଦାୟୀ ରହିଥାଆନ୍ତା ?

ରୋଗୀଙ୍କ ଅଭିଯୋଗରେ ଯଦି CDMO, ଏବଂ ଭାଇରାଲ ଫଟୋକୁ ଦେଖି ଯଦି BEOଙ୍କୁ ନିଲମ୍ବିତ କରାଯାଇପାରୁଛି । ତେବେ ଛାତ୍ରଟିର ମାଡ଼ ଅଭିଯୋଗ ପରେ 5-ଟି ସଚିବ ଏବଂ ଶିକ୍ଷା ବିଭାଗ ଚୁପ୍ କାହିଁକି ?

Related Posts