ନିଲମ୍ବିତ ସିଡିଏମ୍‌ଓ ଅବସ୍ଥାପିତ: କାର୍ତ୍ତିକଙ୍କ PR ଡ୍ରାମା କଣ ପାଇଁ ?

(ସତ୍ୟପାଠ ବ୍ୟୁରୋ) 5-ଟି ସଚିବଙ୍କ ଏତେ ନାଟକବାଜି କ’ଣ ପାଇଁ । ଗଣମାଧ୍ୟମର ସିରୋନାମାରେ ରହିବାକୁ କାର୍ତ୍ତିକଙ୍କ PR ଡ୍ରାମାର ମୁଖା ଖୋଲିଲା । 5-ଟିର ବୈଧତା ନେଇ ଯେଉଁ ପ୍ରଶ୍ନ ଉଠିଥିଲା ତାହା ଠିକ୍‌ ବୋଲି ପ୍ରମାଣିତ ହୋଇଛି । ସରକାରୀ ଖର୍ଚ୍ଚରେ କାର୍ତ୍ତିକଙ୍କ ଡ୍ରାମାବାଜୀର ଅସଲ ଚରିତ୍ର ସାମ୍ନାକୁ ଆସିଛି । ମୋ ସରକାର ମାଧ୍ୟମରେ କାର୍ତ୍ତିକ ବାବୁ ହିରୋ ହେବାକୁ ଯେଉଁ ଡ୍ରାମାଟି କରିଥିଲେ ଶେଷରେ ତାହା ଧରାପଡ଼ିଛି । କାର୍ଯ୍ୟରେ ଅବହେଳା ବାହାନାରେ ଗତ 13 ତାରିଖରେ ସୁନ୍ଦରଗଡ଼ ଜିଲ୍ଲାର ଭାରାପ୍ରାପ୍ତ ସିଡିଏମ୍‌ଓ ପଙ୍କଜ ପଟେଲଙ୍କୁ ନିଲମ୍ବନ କରାଗଲା । ଏବେ ପୁଣି ତାଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମେଡିସିନ୍‌ ବିଭାଗର ସିନିଅର କନସଲ୍‌ଣ୍ଟାଣ୍ଟ ଭାବେ ନିଯୁକ୍ତି ଦେଇ ପୁନଃ ଅବସ୍ଥାପିତ କରାଯାଇଛି ।  ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସୁନ୍ଦରଗଡ଼ ମେଡ଼ିକାଲରେ ‘ମୋ ସରକାର’ର ସମୀକ୍ଷା କରିଥିଲେ 5-ଟି ସଚିବ କାର୍ତ୍ତିକ । ସେତେବେଳେ ରୋଗୀଙ୍କୁ ଠିକ୍‌ରେ ଖାଇବାକୁ ଦିଆଯାଉ ନ ଥିବା ଓ ଡାଇଲିସିସ୍‌ ବିଭାଗରେ ତ୍ରୁଟି ଅଭିଯୋଗ ଆସିବାରୁ ପଙ୍କଜ ପଟେଲଙ୍କୁ  ନିଲମ୍ବନ କରାଯାଇଥିବା କୁହାଗଲା । ବିନା କୌଣସି ତଦନ୍ତରେ ନିଲମ୍ବନ କରିବା, କେବଳ 5-ଟି ସଚିବ କାର୍ତ୍ତିକଙ୍କର PR ଡ୍ରାମା ଥିଲା ବୋଲି ପୂର୍ବରୁ ସତ୍ୟପାଠରେ ଖବର ପ୍ରକାଶ କରିଥିଲୁ । ନିଲମ୍ବନ ପରେ ପଙ୍କଜ ପଟେଲଙ୍କ ପୁନଃ ଅବସ୍ଥାପନ ଦର୍ଶାଉଛି ତାଙ୍କ ବିରୋଧରେ ଯେଉଁ ଅଭିଯୋଗ ଆସିଥିଲା ତାହା ସମ୍ପୂର୍ଣ୍ଣ ଏକ ନାଟକ ଥିଲା । କେବଳ ନିଜେ ଗଣମାଧ୍ୟମରେ ହିରୋ ହେବାକୁ ଯାଇ 5-ଟି ସଚିବ ଭି.କେ ପାଣ୍ଡିଆନଙ୍କ ଦ୍ବାରା ଏଭଳି ନାଟକ ରଚନା କରାଯାଇଥିଲା । ଯାହାର  କୌଣସି ଆଧାର ନଥିଲା ।

ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ବିଭିନ୍ନ ରାଜନୈତିକ ଦଳଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ପର୍ଯ୍ୟନ୍ତ ସମସ୍ତେ ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ଦାବି କରିଥିଲେ । ଏବେ ପଙ୍କଜ ପଟେଲଙ୍କୁ ପୁନଃ ଅବସ୍ଥାପିତ କରିବା ପରେ 5-ଟି କାର୍ଯ୍ୟକ୍ରମ ଏବଂ ଏହାର ମୁଖ୍ୟ ବୋଲାଉଥିବା ସଚିବ ଭି.କେ. ପାଣ୍ଡିଆନଙ୍କ କାର୍ଯ୍ୟକଳାପ ଉପରେ ଉଠିଛି ପ୍ରଶ୍ନ ।

ପଙ୍କଜ ପଟେଲଙ୍କ ନିଲମ୍ବନ ପ୍ରତ୍ୟାହାର ପଛରେ କାରଣ କ’ଣ ?

ପଙ୍କଜ ପଟେଲଙ୍କ ବିରୋଧରେ ଆସିଥିବା ଅଭିଯୋଗ ସତ୍ୟ ଥିଲା ନା ନାହିଁ ?

ଯଦି ଅଭିଯୋଗ ସତ ନଥିଲା ତେବେ ତାଙ୍କୁ ନିଲମ୍ବନ କରାଯାଉଥିଲା କାହିଁକି ?

ଏଭଳି ନିଲମ୍ବନ କାର୍ତ୍ତିକଙ୍କର ଏକ ନାଟକ ଥିଲା କି ?

ଯଦି ପଙ୍କଜଙ୍କ ବିରୋଧରେ ଥିବା ଅଭିଯୋଗ ଠିକ୍‌ ଥିଲା ତେବେ 10 ଦିନ ଯାଇନି ତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରାଗଲା କାହିଁକି ?

Related Posts