ବିଜେପି ନେତା ଚିନ୍ମୟାନନ୍ଦ ଗିରଫ

BJP’s Chinmayanand Arrested by UP SIT in Shahjahanpur

ଯୌନ ଶୋଷଣ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଚିନ୍ମୟାନନ୍ଦଙ୍କୁ ଗିରଫ କଲା SIT । ଆଇନ ଛାତ୍ରୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ଚିନ୍ମୟାନନ୍ଦଙ୍କୁ ସକାଳ 8ଟା 50 ମିନିଟରେ ଗିରଫ କରାଯାଇଛି । ଚିନ୍ମୟାନନ୍ଦଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସାହାଜାହାଁପୁର ହସ୍ପିଟାଲକୁ ନିଆଯାଇଛି । ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ । ଉତ୍ତରପ୍ରଦେଶର ସାହାଜାହାଁପୁରରେ ଥିବା ଏକ ଆଇନ କଲେଜର ଛାତ୍ରୀ ଚିନ୍ମୟାନନ୍ଦଙ୍କ ବିରୋଧରେ ବ୍ଲାକମେଲ୍‌ କରି ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ । ପୀଡ଼ିତା SITକୁ ଦେଇଥିବା 12 ପୃଷ୍ଠାର ଅଭିଯୋଗ ପତ୍ରରେ ତାଙ୍କୁ କିଭଳି ବ୍ଲାକମେଲ କରି ବର୍ଷେ ଯାଏ ଦୁଷ୍କର୍ମ କରାଯାଇଛି ତାହା ଜଣାଇଥିଲେ ।

ପୀଡ଼ିତାଙ୍କ ଅଭିଯୋଗ ହଷ୍ଟେଲର ବାଥ୍‌ରୁମରେ ତାଙ୍କ ଗାଧୋଇବାର ଭିଡିଓ କରି ତାଙ୍କୁ ଭାଇରାଲ କରିବାର ଧମକ ଦେଇ ବର୍ଷେ ଯାଏ ଦୁଷ୍କର୍ମ କରାଯାଇଥିଲା । କଥା ଏତିକିରେ ସରିନଥିଲା  । ପୀଡ଼ିତାଙ୍କ ସହ ଶାରୀରିକ ଶୋଷଣର ଭିଡ଼ିଓ ବି କରିଥିଲେ ଚିନ୍ମୟାନନ୍ଦ । ଏନେଇ ଥାନାରେ ଏତଲା ଦେବା ପରେ ବି ଚିନ୍ମୟାନନ୍ଦଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଗତ ସପ୍ତାହରେ ଏକ ଭିଡିଓ ଜାରି କରି ୟୁପି ସରକାର, ପ୍ରଧାନମନ୍ତ୍ରୀ ମୋଦି ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିବେଦନ କରିଥିଲେ ପୀଡ଼ିତା । ତାଙ୍କ ସହ ଘଟିଥିବା ଘଟଣାକୁ ଏକ ଭିଡିଓ ମାଧ୍ୟମରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଭିଡିଓରେ ପୀଡ଼ିତା ସିଧା ସିଧା ଶୁଣାଇଦେଇଥିଲେ ଯେ ଯଦି ଚିନ୍ମୟାନନ୍ଦଙ୍କୁ ଗିରଫ କରାନଯାଏ ତେବେ ସେ ଆନ୍ମହତ୍ୟା କରିବେ । ଏପରିକି ଚିନ୍ବୟାନନ୍ଦଙ୍କୁ ଗିରଫ ନକରି ସରକାର କ’ଣ ମୋ ମରିବାକୁ ଅପେକ୍ଷା କରିଛନ୍ତି ବୋଲି କହିଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଆଜି ଚିନ୍ମୟାନନ୍ଦଙ୍କୁ ଗିରଫ SIT ।

Related Posts