୨୦୨୪ ନିର୍ବାଚନ ପାଇଁ ବିଜେପିର ‘୧୪୪ ଫର୍ମୁଲା’

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୨୦୨୪ ନିର୍ବାଚନ ପାଇଁ ବିଜେପିର ‘୧୪୪ ଫର୍ମୁଲା’ । ଏଥିପାଇଁ ଏହି ସମୟରୁ ଭାରତୀୟ ଜନତା ପାର୍ଟି ଆରମ୍ଭ କରିଦେଇଛି ପ୍ରସ୍ତୁତି ପର୍ବ । ଏହି ନିର୍ବାଚନରେ ଦଳ ଯେପରି ବଡ ସଫଳତା ପାଇବ ସେଥିପାଇଁ ଆରମ୍ଭ କରିଛି ‘୧୪୪ ଫୁର୍ମଲା’ । ଏହି ରଣନୀତି ଅନୁସାରେ ବିଜେପି ସେହି ୧୪୪ଟି ଆସନ ଉପରେ ନଜର ରଖିଛି ଯେଉଁଠାରେ ୨୦୧୯ ନିର୍ବାଚନରେ ଦଳକୁ ପରାଜୟର ସାମନା କରିବାକୁ ପଡିଥିଲା । ଏହି ଆସନରେ ଦଳ ନିଜର ସ୍ଥିତିକୁ ମଜବୁତ୍ କରିବାକୁ ରଣନୀତି ଆରମ୍ଭ କରିଛି । ଏହି କ୍ରମରେ ଦଳର ମହାସଚିବ ବିଏଲ ସନ୍ତୋଷ କେନ୍ଦ୍ରମନ୍ତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସୁପାରିଷ କରିଛନ୍ତି । ଦଳର ନିଷ୍ପତ୍ତି ଅନୁସାରେ ଏହି ୧୪୪ଟି ଆସନରେ ଜନ ସମ୍ପର୍କ ବଢାଇବାକୁ କେନ୍ଦ୍ରମନ୍ତ୍ରୀମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ପ୍ରଥମ ପର୍ୟ୍ୟାୟରେ ପାର୍ଟି ଏହି ୧୪୪ଟି ଆସନରେ ଆସନ୍ତା ବିଧାନସଭା ନିର୍ବାଚନ ଲାଗି ସମ୍ପୂର୍ଣ୍ଣ ତଥ୍ୟ ଯୋଗାଡ କରାଯିବ । ପାର୍ଟିର ନିଷ୍ପତ୍ତି ମୁତାବକ, ଏହି ଆସନରେ ବୁଥ୍ ଗୁଡିକୁ ମଜବୁତ କରିବ ।ଏସବୁ ଆସନରେ ୧୮ ମାସ ଦଳ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜିଙ୍ଗ ସମୟ ।

ଏହି ସମୟ ମଧ୍ୟରେ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କର୍ମୀମାନେ ଭିନ୍ନ ଭିନ୍ନ ସ୍ତରରେ ମୁତୟନ ହେବେ । ପ୍ରଥମେ ଏଥିପାଇଁ ଏକ କେନ୍ଦ୍ରୀୟ ସମିତି ଗଠନ କରାଯିବ । ଏଥିରେ ରାଷ୍ଟ୍ରୀୟ ନେତା ମାନଙ୍କୁ ସାମିଲ କରାଯିବ । ଏମାନେ ପୁରା ଫର୍ମୁଲାର କାର୍ୟ୍ୟକାରିତା ଉପରେ ନଜର ରଖିବେ । ଏହାପରେ ଗଠନ ହେବ ରାଜ୍ୟ ସ୍ତରରେ ରାଜ୍ୟ ସମିତି । ଏହା ତୃଣମଳ ସ୍ତରରେ କାର୍ୟ୍ୟ କରିବ । ତୃତୀୟରେ କେନ୍ଦ୍ରମନ୍ତ୍ରୀଙ୍କୁ ନେଇ ଗଠିତ ହେବ ‘କ୍ଲଷ୍ଟର ସମିତି’ । ଏହା ପୂର୍ବ ଦୁଇ ସମିତି ମଧ୍ୟରେ ସମନ୍ୱୟ ରକ୍ଷା କରିବ । କାର୍ୟ୍ୟକ୍ରମ ଆଧାରରେ ପାର୍ଟିର ସଙ୍ଗଠନାତ୍ମକ ପ୍ରଭାରୀ ପ୍ରତି ୧୫ ଦିନରେ ଥରେ ପ୍ରତି ଲୋକସଭା ଆସନର ଇଲାକାକୁ ଯାଇ ସେଠାରେ ଗୋଟିଏ ରାତି ବିତାଇବା ସହ ସେଠିକାର ପୁରା ରାଜନୈତିକ ମାହୋଲ ଉପରେ ସଂଜ୍ଞାନ କରିବେ । ଏହା କ୍ରମେ ସପ୍ତାହକୁ ଥରେ ହେବ । ପାର୍ଟିର ସପକ୍ଷ ଓ ବିପକ୍ଷ ପ୍ରସଙ୍ଗକୁ ନେଇ ତଥ୍ୟ ପ୍ରସ୍ତୁତ କରାଯିବ । ୧୪୪ଟି ଆସନରେ ପାର୍ଟିର ପ୍ରାର୍ଥୀମାନଙ୍କ ଉପରେ ମଧ୍ୟ ନଜର ରଖାଯିବ । ପ୍ରତି ଲୋକସଭା ସିଟ୍ ପାଇଁ ବିଶେଷ ମିଡିଆ ପ୍ରଭାରୀ ନିଯୁକ୍ତ କରାଯିବେ ।

Related Posts