ଗଣତନ୍ତ୍ରରେ ପରିବାରବାଦୀ ଦଳ ସବୁଠାରୁ ବଡ ଶତ୍ରୁ: ମୋଦି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୋଦି ସରକାରଙ୍କ ଆଠ ବର୍ଷ । ଏନେଇ ସାରା ଦେଶରେ ବିଜେପି ପକ୍ଷରୁ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗଦେବାପାଇଁ ହାଇଦ୍ରାବାଦରେ ପହଞ୍ଚିଛନ୍ତି । ନିଜ ଅଭିଭାଷଣରେ ମୋଦି ଆହୁରି ମଧ୍ୟ କହିଛନ୍ତି ଏକବିଂଶ ଶତାବ୍ଦୀର ନୂଆ ଭାରତ । ଆତ୍ମନିର୍ଭର ଭାରତ ଏବଂ ମେକଇନ୍ ଇଣ୍ଡିଆର ସ୍ୱପ୍ନକୁ ନେଇ ଦେଶ ଆଗକୁ ବଢିଚାଲିଛି । ଆମ ଦେଶର ନୂଆ ନୂଆ ଷ୍ଟାଟଅପ୍ ବିଶ୍ୱରେ ନିଜର ପରିଚୟ ତିଆରି କରିପାରିଛି । ଏହା ବିଶ୍ୱର ତୃତୀୟ ଇକୋସିଷ୍ଟମରେ ପରିଣତ ହୋଇସାରିଛି । ଆଗାମୀ ଦିନରେ ତେଲେଙ୍ଗାନାରେ ନିର୍ବାଚନ ହେଲେ ବିଜେପି ଏଠି ବିଜୟୀ ହେବ । ଲୋକ ପରିବର୍ତ୍ତନ ଚାହୁଁଛନ୍ତି ଆଉ ନିହାତି ତେଲେଙ୍ଗାନାରେ ଆଗାମୀ ଦିନରେ ପରିବର୍ତ୍ତନ ହେବ । ଏହା ସହ ଲୋକତନ୍ତ୍ର ପାଇଁ ପରିବାରବାଦୀ ଦଳ ସବୁଠାରୁ ବଡ ଶତ୍ର । ତେଲେଙ୍ଗାନାର ହାଇଦ୍ରାବାଦରେ ପ୍ରଧାନମନ୍ତ୍ରୀ ମୋଦି କିଛି ଏହିଭଳି ପ୍ରତିକ୍ରିୟା ଦେଇଛନ୍ତି ।

ହାଇଦ୍ରବାଦ ଗସ୍ତରେ ଥିବା ପ୍ରଧେନମନ୍ତ୍ରୀ ମୋଦି ଗୁରୁବାର କାର୍ୟକର୍ତ୍ତାଙ୍କୁ ସମ୍ବୋଧନବେଳେ କିଛି ଏହିଭଳି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ପରିବାରବାଦୀ ଦଳ ଗୋଟିଏ ରାଜନୈତିକ ସମସ୍ୟା ନୁହେଁ ଏହା ଲୋକତନ୍ତ୍ର ଏବଂ ଯୁବକଙ୍କ ପାଇଁ ସବୁଠାରୁ ବଡ ଶତ୍ରୁ । ତେଲେଙ୍ଗାନାବାସୀ ଦେଖୁଛନ୍ତି କେଉଁଭଳି ଗୋଟିଏ ଦଳ ସତ୍ତାରେ ଆସିଲେ କେଉଁଭଳି ସେହି ପୂରା ପରିବାର ଦୁର୍ନୀତିରେ ବୁଡିଯାଇଥାଏ । ପରିବାରବାଦୀ ଦଳ କେବଳ ନିଜର ବିକାଶ କରିଚାଲିଥାନ୍ତି । ନିଜ ପରିବାରର ଟ୍ରେଜେରୀ ଭରିଥାନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts