ଦ୍ୱିତୀୟ ଲହରୀରେ ଘାତକ ପାଲଟିଛି ବ୍ଲାକ୍‌ ଫଙ୍ଗସ୍‌: ଏଯାବତ୍ ୨୧୨ ରୋଗୀ ଚିହ୍ନଟ , ୨୯ ମୃତ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର : କୋଭିଡ୍-19 ମହାମାରୀରୁ ରକ୍ଷା ପାଇବା ପରେ ଏବେ ଘାତକ ହେଉଛି ବ୍ଲାକ୍‌ ଫଙ୍ଗସ୍‌। କରୋନା ମହାମାରୀର ଦ୍ୱିତୀୟ ତରଙ୍ଗରେ ରାଜ୍ୟରେ ବ୍ଲାକ୍‌ ଫଙ୍ଗସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡକ୍ଟର ବିଜୟ କୁମାର ମହାପାତ୍ରଙ୍କ ସୂଚନା ମୁତାବକ, ରାଜ୍ୟରେ ଏଯାବତ୍ ୨୧୨ ଜଣ ରୋଗୀ ବ୍ଲାକ୍‌ ଫଙ୍ଗସ୍‌ରେ ଆକ୍ରାନ୍ତ ହୋଇଥିବା ବେଳେ  ୨୯ଜଣ ଏହି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ବର୍ତ୍ତମାନ ୧୦୯ଜଣ ରୋଗୀ ହସ୍ପିଟାଲରେ ଏହି ବ୍ଲାକ୍ ଫଙ୍ଗସ ସହ ଲଢୁଛନ୍ତି। 

ତେବେ ୬୮ ଜଣ ରୋଗୀ ବ୍ଲାକଫଙ୍ଗସ କୁ ମାତ୍ ଦେଇ ସୁସ୍ଥ ହୋଇସାରିଲେଣି । ସୂଚନାଯୋଗ୍ୟ ଯେ, ରୋଗପ୍ରତିରୋଧକ କମ୍‌ ଥିବା ରୋଗୀଙ୍କୁ ଏହା ଆକ୍ରାନ୍ତ କରୁଛି । ଏହି ରୋଗର କାରଣ ହେଉଛି ମ୍ୟୁକୋର ମିକୋସିସ୍‌ ଫଙ୍ଗସ୍‌ । କରୋନାରେ ଅତି ଗୁରୁତର ହେଉଥିବା ଆକ୍ରାନ୍ତ, ଷ୍ଟେରଏଡ୍‌ ନେଉଥିବା କରୋନା ଆକ୍ରାନ୍ତ ଓ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିଲେ ବ୍ଲାକ୍‌ ଫଙ୍ଗସ୍‌ ହେବା ଆଶଙ୍କା ଅଧିକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ।

Related Posts