
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ସାରା ଦେଶରେ କରୋନା ସଂକ୍ରମଣର ଭୟ କମିବାରେ ଲାଗିଛି । ଏପରିସ୍ଥିତିରେ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । କର୍ଣ୍ଣାଟକର ମେଙ୍ଗାଲୁରୁରେ ଏକ ଦମ୍ପତ୍ତି ବ୍ଲାକ ଫଙ୍ଗସକୁ ଡରି ଆତ୍ମହତ୍ୟା କରିଥିବାର ଘଟଣା ସାମ୍ନାକୁ ଆସିଛି । ଉଭୟ କରୋନାରେ ସଂକ୍ରମିତ ଥିଲେ । ଏବଂ ଭୟରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ଏହା ଛଡା ସବୁଠାରୁ ରୋଚକ କଥାଟି ହେଉଛି ଆତ୍ମହତ୍ୟା କରିବା ପୂର୍ବରୁ ଉଭୟ ଏକ ସୁଇସାଇଡ୍ ନୋଟ୍ ସହିତ ଶେଷକୃତ୍ୟ ପାଇଁ ୧ ଲକ୍ଷ ଟଙ୍କା ରଖିଦେଇ ଯାଇଛନ୍ତି । ଏବଂ ମାଙ୍ଗାଲୋର ସିଟି ପୋଲିସ କମିସନରଙ୍କୁ ଫୋନ କରି ଜଣାଇଥିଲେ । ତେବେ ସେମାନଙ୍କ ଶବ ଦାହ ପାଇଁ ଯେପରି କୌଣସି ସମସ୍ୟା ନହେବ ସେଥିପାଇଁ ସେ ଟଙ୍କା ଥୋଇଦେଇ ଯାଇଥିବା ସୁଇସାଇଡ୍ ନୋଟ୍ରେ ଲେଖିଥିଲେ ।
ଏନେଇ ମାଙ୍ଗାଲୋର ସିଟି ପୁଲିସ କମିଶନର ଏନ ଶଶି କୁମାର ସୂଚନା ଦେଇଛନ୍ତି । ଅପରିପକ୍ଷେ ସୁଇସାଇଟ ନୋଟରେ ସ୍ୱାମୀ ଲେଖିଛନ୍ତି ମୋ ପତ୍ନୀ ମଧୁମେହରେ ପୀଡିତ । ନ୍ୟୁଜ ଚ୍ୟାନେଲରେ ଦେଖାଯାଉଛି କି କରୋନାରେ ସଂକ୍ରମିତ ମଧୁମେହ ରୋଗୀ ବ୍ଲାକ ଫଙ୍ଗସରେ ସଂକ୍ରମିତ ହେବେ । ଏହା ଦ୍ୱାରା ଶରୀରର କିଛି ଅଙ୍ଗ ନଷ୍ଟ ହୋଇଯିବ । ଏଥିରୁ ଆରୋଗ୍ୟ ହେବା ପାଇଁ ବହୁମୂଲ୍ୟ ଟଙ୍କା ଦେବାକୁ ପଡିବ । ହେଲେ ଆମେ ଏତେ ଟଙ୍କା ଖର୍ଚ୍ଚ କରି ଏହି ରୋଗରୁ ଆରୋଗ୍ୟ ଲାଭ କରିପାରିବୁ ନାହିଁ । ତେଣୁ ଆମେ ଆତ୍ମହତ୍ୟା କରୁଛୁ ବୋଲି ତାଙ୍କ ସୁଇସାଇଡ ନୋଟରେ ଲେଖାହୋଇଛି । ଉଭୟଙ୍କ ଚିହ୍ନଟ କରିଛି ମାଙ୍ଗାଲୁରୁ ପୁଲିସ । ଏହି ଦମ୍ପତ୍ତି ମାଙ୍ଗାଲୋରର ଏକ ଆପାର୍ଟମେଣ୍ଟରେ ରହୁଥିଲେ । ଗତ କିଛି ଦିନ ହେବ ସେମାନେ କରୋନାରେ ସଂକ୍ରମିତ ହୋଇଥିଲେ । ଅନ୍ୟପଟେ ଆତ୍ମହତ୍ୟା କରିବା ପୂର୍ବରୁ ସେମାନେ ପୁଲିସ କମିଶନର ଏନ ଶଶି କୁମାରଙ୍କୁ ଏକ ଅଡିଓ ମେସେଜ ଦେଇଥିଲେ । ଏଥିରେ ସେମାନେ ବ୍ଲକା ଫଙ୍ଗସ ଡରରେ ଆତ୍ମହତ୍ୟା କରୁଛୁ ବୋଲି କହିଥିଲେ ।
ଏହା ପରେ ପୁଲିସ ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ମନା କରିବା ସହ ଗଣମାଧ୍ୟମକୁ ଏ ଖବର ଦେଇ ସେମାନଙ୍କୁ ଖୋଜିବାକୁ ଚେଷ୍ଟା କରିଥିଲେ । ଖବର ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । କିନ୍ତୁ ସେତେବେଳକୁ ବିଳମ୍ବ ହୋଇଯାଇଥିଲା । ଏହା ସହ ମୃତକଙ୍କ ପତ୍ନୀ କେବେ ମା’ ହୋଇପାରିବେ ନାହିଁ ବୋଲି ଡାକ୍ତର କହିଥିଲେ । ସେଥିପାଇଁ ସେମାନେ ପଡୋଶୀଙ୍କ ସହ ଅଧିକ ମିଳାମିଶା କରୁନଥିଲେ । କାହିଁକି ନା ସେମାନେ ବାରମ୍ବାର ସନ୍ତାନ ବିଷୟରେ ତାଙ୍କୁ ପଚାରୁଥିଲେ ବୋଲି ତାଙ୍କ ସୁଇସାଇଡ ନୋଟରେ ଉଲ୍ଲେଖ କରାଯାଇଛି । କେବଳ ଏତିକି ନୁହେଁ ବରଂ ଆମେ ଅନୁରୋଧ କରୁଛୁ ଯେ ଶରତ ପମ୍ପବେଲ ଓ ସତ୍ୟଜିତ ସୁରଥକଲଙ୍କୁ ହିନ୍ଦୁ ରିତିନୀତି ଅନୁଯାୟୀ ଆମର ଅନ୍ତିମ ସଂସ୍କାର କରାଯାଉ । ଏବଂ ଏଥିରେ ପୁଲିସ କମିଶନର ତାଙ୍କୁ ସହଯୋଗ କରିବେ ବୋଲି ତାଙ୍କ ସୁଇସାଇଡ ନୋଟରେ ଲେଖିଛନ୍ତି । ଏ ଖବର ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।