ପ୍ରଧାନମନ୍ତ୍ରୀଙ୍କୁ ସୋନିଆ ଗାନ୍ଧୀଙ୍କ ଚିଠି, ମାଗଣାରେ ବ୍ଲାକ୍‌ ଫଙ୍ଗସର ଚିକିତ୍ସା ଯୋଗାଇ ଦିଅନ୍ତୁ

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସାରା ଦେଶରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ଏହି ସମୟରେ ସଂକ୍ରମିତଙ୍କ ପାଖରେ ବ୍ଲାକ୍‌ ଫଙ୍ଗସ ଚିହ୍ନଟ ହୋଇଥିଲା । ବାସ ଏହା ପରେ ସାରା ଦେଶରେ ଭୟର ବାର୍ତ୍ତା ଖେଳିଯାଇଥିଲା । ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ଦଳର ସଭାପତି ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଥିଲେ । ତେବେ ଏହି ବ୍ଲାକ୍ ଫଙ୍ଗସ୍ ରୋଗରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଅତ୍ୟାବଶ୍ୟକ ଔଷଧ ଯୋଗାଇବା ସହ ଏହାକୁ ସଂପୂର୍ଣ୍ଣ ମାଗଣା କରିବା ପାଇଁ ଏହି ଚିଠିରେ ସୋନିଆ ଗାନ୍ଧୀ ଉଲ୍ଲେଖ କରିଛନ୍ତି । ଏହା ସହ ବ୍ଲାକ୍ ଫଙ୍ଗସ୍ ରୋଗର ଚିକିତ୍ସା ପାଇଁ ଲିପୋସୋମାଲ୍ ଆମ୍ଫୋଟେରାଇସିନ୍-ବି ଅତ୍ୟନ୍ତ ଜରୁରୀ ଅଟେ । କିନ୍ତୁ ସବୁଠାରୁ ଦୁଃଖର କଥା ହେଉଛି ଏହା ବଜାରରେ ସହଜରେ ମିଳୁନାହିଁ । ତେଣୁ ପ୍ରଧାନମନ୍ତ୍ରୀ ଏହାକୁ ଯଥାଶୀଘ୍ର ବଜାରରେ ଉପଲବ୍ଧ କରନ୍ତୁ ଏବଂ ରୋଗୀ ମାନଙ୍କୁ ଅତ୍ୟାବଶ୍ୟକ ଔଷଧ ଯୋଗାଇ ଦିଅନ୍ତୁ ବୋଲି ମଧ୍ୟ କହିଛନ୍ତି । ଅନ୍ୟପଟେ ଆଜି ବିଭିନ୍ନ ରାଜ୍ୟରେ ବ୍ଲାକ ଫଙ୍ଗସ୍ ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ଗୁଡିକରେ ଘଟଣାର ସମୀକ୍ଷା କରିଥିଲେ କେମିକାଲ୍ସ ଏବଂ ସାର ମନ୍ତ୍ରୀ ଡି.ଭି ସଦାନନ୍ଦ ଗୋୱଡା ।

ତେବେ ସମୁଦାୟ ରୋଗୀଙ୍କ ସଂଖ୍ୟାକୁ ଆଧାର କରି କେନ୍ଦ୍ରସରକାର ଆମ୍ଫୋଟେରାଇସିନ୍- ବି ର ମୋଟ 23680 ଅତିରିକ୍ତ ଭିଆଲ୍ ଆବଣ୍ଟନ କରିଛନ୍ତି । ତେବେ ଏହା ଆଇଓଏଲ୍ ମାଧ୍ୟମରେ ବଣ୍ଟନ କରାଯାଇଥିବାର ସୂଚନା ମିଳିଛି । କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କୁ ମଧ୍ୟ ଏହା ହେଉଥିବାର ଦେଖିବା ପାଇଁ ମିଳିଛି । ସାରା ଦେଶରୁ ବ୍ଲାକ ଫାେନଗସର ଛାତିଥରା ଚିତ୍ର ସାମ୍ନାକୁ ଆସୁଛି । ତେବେ ଜୀବନ ବଞ୍ଚାଇବା ପାଇଁ କେତେକ କ୍ଷେତ୍ରରେ ଅପରେଶନ୍‌ କରି ଆକ୍ରାନ୍ତଙ୍କ ଆଖି ବାହାର କରିବାକୁୁ ପଡୁଛି। ଅନ୍ୟପଟେ ଦେଶର ୧୫ ରାଜ୍ୟରେ ୯,୩୨୦ ଜଣ ବ୍ଲାକ୍‌ ଫଙ୍ଗସ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେଥିମଧ୍ୟରୁ ଗୁଜରାଟରେ ସର୍ବାଧିକ ୫,୦୦୦ ଚିହ୍ନଟ ହୋଇଛନ୍ତି। ସେହିପରି ମହାରାଷ୍ଟ୍ରରେ ୧୫,୦୦, ରାଜସ୍ଥାନରେ ୭୦୦, ମଧ୍ୟପ୍ରଦେଶରେ ୭୦୦ ବ୍ଲାକ୍‌ ଫଙ୍ଗସ୍‌ ଆକ୍ରାନ୍ତ ରହିଛନ୍ତି। ଇତିମଧ୍ୟରେ ବ୍ଲାକ ଫାେନଗସରେ ଆକ୍ରାନ୍ତ ହୋଇ ୨୩୫ ଜଣଙ୍କ ମୃତ୍ୟୁ ଘଟିଛି। କେବଳ ଏତିକି ନୁହେଁ ବରଂ ବ୍ଲାକ୍‌ ଫଙ୍ଗସର ଭୟାବହତାକୁ ଦେଖି ଦେଶର ମୋଟ ୧୧ ଟି ରାଜ୍ୟରେ ଏହାକୁ ମହାମାରୀ ଘୋଷଣା କରାଯାଇଛି।

Related Posts