ରାଜଧାନୀରେ ପୁଣି କଳା ପଲସର ଆତଙ୍କ: ମହିଳାଙ୍କ ବେକରୁ ସୁନା ଚେନଝାମ୍ପି ନେଲେ ଲୁଟେରା, ମହିଳା ଗୁରୁତର

ଭୁବନେଶ୍ୱର : ରାଜଧାନୀରେ ପୁଣି କଳା ପଲସର ଆତଙ୍କ | ଜଣେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଲେ ଲୁଟେରା | ଫଳରେ ସ୍କୁଟିରୁ ପଡି ମହିଳା ଜଣଙ୍କ ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା |

ସୂଚନାନୁଯାୟୀ, ବୁଧବାର ସକାଳ ସମୟରେ ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ସ୍କୁଲକୁ ନିଜ ଝିଅକୁ ଛାଡିବାକୁ ଯାଇଥିଲେ ପୀଡିତା ମହିଳା । ଝିଅକୁ ସ୍କୁଲରେ ଛାଡି ଘରକୁ ଫେରୁଥିବା ବେଳେ ପଛରୁ ଆସି ସୁନା ଚେନ ଝାମ୍ପି ନେଇଥିଲେ ଲୁଟେରା । ହଠାତ୍‌ ୨ଜଣ ପଲସର ଆସି ସୁନା ଚେନ୍‌ ଝାମ୍ପିନେଇଛନ୍ତି । ଏହି ସମୟରେ ମହିଳା ଜଣଙ୍କ ସ୍କୁଟିରୁ ପଡି ଗୁରୁତର ହୋଇଛନ୍ତି । ତାଙ୍କ ମୁଣ୍ଡ ଓ ଗୋଡ଼ରେ ଆଘାତ ଲାଗିଛି ।

ସେପଟେ ଲୁଟ୍‌ର ଶିକାର ହୋଇଥିବା ମହିଳା ଜଣଙ୍କ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି । ଏହାପରେ ନୟାପଲ୍ଲୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ଏପିରିକି ନିକଟରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରୁଛି ପୋଲିସ ।

ତେବେ ରାଜଧାନୀରେ ଏହିପରି ଘଟଣା ପ୍ରଥମ ନୁହେ | କଳା ପଳାସର ଆତଙ୍କ ଅନେକ ସମୟରେ ଦେଖିବାକୁ ମିଳିଛି |

Related Posts