ନ୍ୟୁୟର୍କରେ ଦୁଇ ଶିଖଙ୍କ ଉପରେ ଆକ୍ରମଣ; ପ୍ରଥମେ ବାଡ଼ିରେ ପିଟିଲେ ଓ ପରେ ପଗଡ଼ି ଖୋଲିଦେଲେ ଦୃର୍ବୁତ୍ତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନ୍ୟୁୟର୍କରେ ଦୁଇ ଶିଖଙ୍କ ଉପରେ ଆକ୍ରମଣ । ତେବେ ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁୟର୍କ ଅନ୍ତର୍ଗତ ରିଚମଣ୍ଡ୍ ହିଲସ୍ ଅଞ୍ଚଳରେ ବର୍ଣ୍ଣବୈଷମ୍ୟ ଅପରାଧ ବୋଲି କୁହାଯାଉଥିବା ଘଟଣାରେ ୨ଜଣ ଶିଖ୍ ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରାଯାଇଛି। ଅଭିଯୋଗ ପଞ୍ଜିକରଣ କରିବା ପରେ ଜଣଙ୍କୁ ଗିରଫ କରାଯାଇଛି। ନ୍ୟୁୟର୍କରେ ଥିବା କନସୁଲେଟ୍ ଜେନେରାଲ୍ ଏହି ଆକ୍ରମଣକୁ ନିନ୍ଦା କରିବା ସହ ଏହାକୁ ନିନ୍ଦନୀୟ ବୋଲି କହିବା ସହ ଘଟଣାର ତଦନ୍ତ କରୁଥିବା ପୋଲିସ ସହ ଯୋଗାଯୋଗରେ ଥିବା କହିଛନ୍ତି। ଏହି ଅପରାଧରେ ଜଣଙ୍କୁ ଗିରଫ କରାଯାଇଛି ବୋଲି ଦୂତାବାସ କହିଛି। କୁହାଯାଉଛି ଯେ ଶିଖମାନେ ସକାଳୁ ବୁଲିବା ସମୟରେ ହଠାତ୍ ପୀଡିତାଙ୍କୁ ଆକ୍ରମଣ କରାଯାଇଥିଲା।

ଖବର ଅନୁଯାୟୀ ଏହି ଆକ୍ରମଣ ସେହି ସ୍ଥାନରେ ଘଟିଥିଲା ଯେଉଁଠାରେ ୧୦ ଦିନ ପୂର୍ବରୁ ସମ୍ପ୍ରଦାୟର ଜଣେ ସଦସ୍ୟଙ୍କୁ ଆକ୍ରମଣ କରାଯାଇଥିଲା। କେବଳ ଏତିକି ନୁହେଁ ବରଂ ଦୁଇଜଣ ସନ୍ଦିଗ୍ଧ ଗୋଟାଏ ଖୁଣ୍ଟିରେ ସେମାନଙ୍କୁ ପିଟିବା ସହିତ ସେମାନଙ୍କ ପଗଡ଼ି ଖୋଲି ପକାଇଥିଲେ। ଅନ୍ୟପଟେ ନ୍ୟୁୟର୍କ ରାଜ୍ୟ ବିଧାନସଭାର ପ୍ରଥମ ପଞ୍ଜାବୀ ଆମେରିକୀୟ ମହିଳା ଜେନିଫର୍ ରାଜକୁମାର କହିଛନ୍ତି, ବିଗତ ବର୍ଷମାନଙ୍କରେ ଶିଖ୍ ସମ୍ପ୍ରଦାୟଙ୍କ ବିରୋଧରେ ଘୃଣ୍ୟ ଅପରାଧ ୨୦୦% ବୃଦ୍ଧି ପାଇଛି ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts