ଦେଶୀ ବୋମା ତିଆରି ବେଳେ ଘଟିଲା ଅଘଟଣ: ବିହାର ଭାଗଲପୁରରେ ବିସ୍ଫୋରଣ ଘଟି ୩ ମହଲା ଘର ଭୁଷୁଡି ୫ ଜଣଙ୍କ ମୃତ୍ୟୁ

ବିହାର ଭାଗଲପୁରରେ ଅଘଟଣ | ଦେଶୀ ବୋମା ତିଆରି ବେଳେ ବିସ୍ଫୋରଣ ଘଟିଛି | ଫଳରେ ୩ ମହଲା ଘର ଭୁଷୁଡି ପଡିଛି | ଫଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ, ୮ ଜଣ ଗୁରୁତର ଆହତ ହୋଇଛନ୍ତି | ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ, ଗୁରୁତର ମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲ ରେ ଭର୍ତି କରାଯାଇଛି |

ସୂଚନାଯୋଗ୍ୟ, ତାତାରପୁର ଥାନା ଅଧୀନରେ ଥିବା ଗୋଟିଏ ଅଞ୍ଚଳରେ ଏପରି ଘଟଣା ଘଟିଛି । ଆଜି ଭୋର ସମୟରେ ଗାଁରେ ଥିବା ଗୋଟିଏ ଘର ମଧ୍ୟରେ ବିସ୍ଫୋରଣ ହୋଇଥିଲା । ବିହାର ଭାଗଲପୁର ଜିଲ୍ଲା ତାତାରପୁର ଇଲାକାରେ ଏହି ବିସ୍ଫୋରଣ ଯୋଗୁଁ ସ୍ଥାନୀୟ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏହି ଘଟଣାରେ ପାଖରେ ଥିବା ଏକାଧିକ ଘର ମଧ୍ୟ ଭାଙ୍ଗିଯାଇ କ୍ଷତିଗ୍ରସ୍ତ ହୋଇଛି । ବିସ୍ଫୋରଣ ହୋଇଥିବା ଘରେ ବୋମା ତିଆରି ହେଉଥିବାରୁ ଏପରି ଦୁର୍ଘଟଣା ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି ।

Related Posts