ଦୃଷ୍ଟିହୀନ ହିମାନୀ ବୁନ୍ଦେଲା ହେଲେ ‘କେବିସି ସିଜିନ୍ – ୧୩’ର ପ୍ରଥମ କୋଟିପତି, ଏବେ ନଜର ୭ କୋଟି ଟଙ୍କା ପ୍ରଶ୍ନର ଉତ୍ତର ଉପରେ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ‘କୌନ୍‌ ବନେଗା କରୋଡ଼ପତି ସିଜିନ୍ – ୧୩’ର ପ୍ରଥମ କୋଟିପତି ହୋଇଛନ୍ତି ଦୃଷ୍ଟିହୀନ ପ୍ରତିଯୋଗୀ ହିମାନୀ ବୁନ୍ଦେଲା । ସୋନି ଏଣ୍ଟରଟେନ୍‌ମେଣ୍ଟ ଟେଲିଭିଜନ୍‌ରେ ପ୍ରସାରରିତ ଏହି ସୋ ଅଗଷ୍ଟ ୨୩ ରେ ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନଙ୍କ ଦ୍ବାରା ହୋଷ୍ଟ୍ କରାଯାଇଥିଲା। ଏବଂ ଏହି ସିଜିନ୍ ର ହିମାନୀ ବୁନ୍ଦେଲା ହେଉଛନ୍ତି ପ୍ରଥମ କୋଟିପତି। କେବିସି -୧୩ ର ଏକ ପ୍ରୋମୋରେ ଦୃଷ୍ଟିହୀନ ପ୍ରତିଯୋଗୀ ହିମାନୀ ବୁନ୍ଦେଲା ହଟ ସିଟରେ ବସିଥିବାର ନଜର ଆସିଛନ୍ତି, ଯିଏକି ୧ କୋଟି ଟଙ୍କା ପାଇଁ ଶୋ’ର ସଂଚାଳକ ଅମିତାଭ ବଚ୍ଚନ ପଚାରିଥିବା ପ୍ରଶ୍ନର ସେ ଠିକ୍‌ ଉତ୍ତର ଦେଇଛନ୍ତି । ୭ କୋଟି ଟଙ୍କା ପାଇଁ ଶୋ’ର ଅନ୍ତିମ ପ୍ରଶ୍ନର ସମ୍ମୁଖୀନ ହେଉଥିବା ବୁନ୍ଦେଲା ନଜର ଆସିଛନ୍ତି। ହିମାନୀ ଆଗ୍ରାର ଜଣେ ଶିକ୍ଷକ ଭାବେ ପାଠପଢାଇ ଥାନ୍ତି । ସେ ତାଙ୍କ ପିତାଙ୍କ ସହ ଏହି ଶୋ’ରେ ପହଞ୍ଚିଥିଲେ। ପରିବାର ଲୋକେ ମଧ୍ୟ ଝିଅକୁ ନେଇ ଗର୍ବିତ ।

୧୫ ବର୍ଷ ବୟସରେ ଦୃଷ୍ଟିହୀନ :-

ହିମାନୀଙ୍କ ପିତା ବିଜୟ ବୁନ୍ଦେଲା କହିଛନ୍ତି ଯେ ଯେତେବେଳେ ହିମାନୀଙ୍କୁ ୧୫ ବର୍ଷ ହୋଇଥିଲା ସେତେବେଳେ ସେ ଏକ ଦୁର୍ଘଟଣାରେ ଦୃଷ୍ଟି ଶକ୍ତି ହରାଇଥିଲେ। ଡାକ୍ତର ହେବାର ସ୍ୱପ୍ନ ଦେଖୁଥିବା ହିମାନୀଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଯାଉଥିବାର ଲାଗିଲା। କିନ୍ତୁ ପରିବାର ଲୋକେ ତାଙ୍କୁ ଉତ୍ସାହିତ କରିଥିଲେ। ସ୍ନାତକ ଏବଂ B.Ed ଡିଗ୍ରୀ ହାସଲ କରିବା ପରେ, ହିମାନୀ କେନ୍ଦ୍ର ବିଦ୍ୟାଳୟରେ ମନୋନୀତ ହୋଇଥିଲେ। ହିମାନି କହିଛନ୍ତି ଯେ ସେ ଗତ ପାଞ୍ଚ ବର୍ଷ ଧରି କ୍ରମାଗତ ଭାବରେ କେବିସିରେ ଭାଗ ନେବାକୁ ରେଜିଷ୍ଟ୍ରେସନ କରାଇ ଆସୁଥିଲେ।

ସେ କୁହନ୍ତି ଏପ୍ରିଲର ଶେଷ ସପ୍ତାହରେ କେବିସିରୁ ଏକ କଲ ଆସିଥିଲା। ମୁଁ ଏହାକୁ ବିଶ୍ୱାସ କରି ପାରିଲି ନାହିଁ । ପ୍ରଥମ ଦୁଇ ଥର ତ ମୁଁ କଲ୍ କାଟି ଦେଇଥିଲି, କିନ୍ତୁ ଯେତେବେଳେ ତୃତୀୟ ଥର ପାଇଁ କଲ ଆସିଲା, ମୁଁ ରିସିଭ୍ କଲି । ଅମିତାଭ ବଚ୍ଚନଙ୍କ ସହ କଥାବାର୍ତ୍ତା ବେଳେ ହିମାନୀ ବୁନ୍ଦେଲୀ ଭାଷାରେ ଏକ ସୁନ୍ଦର କବିତା ପାଠ କରିଥିଲେ।

Related Posts