ଚନ୍ଦ୍ରରେ ଗଛ ଲଗାଇବା ମିଶନକୁ ଝଟ୍‌କା

ଚନ୍ଦ୍ରରେ ପ୍ରଥମ ଥର ‘କପା’ ମଞ୍ଜିରୁ ଗଛ ସୃଷ୍ଟି କରିବାରେ ସଫଳ ହୋଇଥିବା ଚୀନ୍‌କୁ ଲାଗିଛି ଝଟ୍‌କା । ‘ଚନ୍ଦ୍ର’ରେ ଉଠିଥିବା କପା ଗଛଟି ପର ଦିନ ହିଁ ଶୁଖିଯାଇଥିବା ଖବର ଆସିଛି । ଏହାର କାରଣ ଚନ୍ଦ୍ର ପୃଷ୍ଠରେ ରାତିର ତାପମାତ୍ରା ବୋଲି କୁହାଯାଉଛି । ଦିନରେ ସୂର୍ଯ୍ୟ ରଶ୍ମୀରେ ଏହି ନୂଆ ଗଛଟି ଭଲ ଭାବେ ବଞ୍ଚିଥିଲା ।

କିନ୍ତୁ ରାତିରେ ଚନ୍ଦ୍ର ପୃଷ୍ଠରେ ତାପମାତ୍ରା ମାଇନସ୍‌ 170 ଡିଗ୍ରୀ ଯାଏଁ ଖସିଯାଏ । ଏହା ଫଳରେ ଗଛଟି ଶୁଖିଗଲା । ଚନ୍ଦ୍ରରେ ଗୋଟିଏ ରାତି ଆମ ପୃଥିବୀର ଦୁଇ ସପ୍ତାହ ସହ ସମାନ । ଏହି ସମୟରେ ତାପମାତ୍ରା ଏତେ ଖସିଯାଏ । କିନ୍ତୁ ଦିନ ସମୟରେ ତାପମାତ୍ରା 120 ଡିଗ୍ରୀ ସେଲସିୟସରୁ ଅଧିକ ଉପକୁ ଚାଲିଯାଏ । ଦୁଇ ଦିନ ତଳେ ହିଁ ଖବର ଆସିଥିଲା ଯେ ଚନ୍ଦ୍ର ପୃଷ୍ଠରେ ପ୍ରଥମ ଥର ପାଇଁ କୌଣସି ଗଛ ସୃଷ୍ଟି କରିବାରେ ସଫଳ ହୋଇଛି ଚୀନ ।

Related Posts