ଜ୍ୟୋତିଷଙ୍କ ଭରସାରେ ୟେଦୁରପ୍ପା

କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍‌.ୟେଦୁରପ୍ପା ଏବେ ଜ୍ୟୋତିଷଙ୍କ ଭରସାରେ । ଗତବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ପରେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ନ ଥାଇ ବି ସେ ରାଜ୍ୟପାଳଙ୍କୁ ସରକାର ଗଢ଼ିବାକୁ ଆବେଦନ କରିଥିଲେ । ରାଜ୍ୟପାଳଙ୍କ ଅନୁରୋଧ ପରେ ସେ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ବି ନେଲେ । କିନ୍ତୁ ବହୁମତ ସାବ୍ୟସ୍ତ କରିବାରେ ବିଫଳ ହେବା ପରେ ସେ ପଦରୁ ଇସ୍ତଫା ଦେଇଥିଲେ ।

ଏବେ ୟେଦୁରାପ୍ପା ଆଶାବାଦୀ ଅଛନ୍ତି ଯେ ସେ କ୍ଷମତାକୁ ଫେରି ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ । ତାଙ୍କର ଏଭଳି ବିଶ୍ୱାସ ପଛରେ ରହିଛି ଜଣେ ଜ୍ୟୋତିଷଙ୍କ ଭବିଷ୍ୟବାଣୀ । ୟେଦୁରପ୍ପାଙ୍କୁ ଜଣେ ଜ୍ୟୋତିଷ ଭରସା ଦେଇ କହିଛନ୍ତି ସେ ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି ।

ଏବେ କର୍ଣ୍ଣାଟକ ରାଜନୀତିରେ ବିଧାୟକମାନଙ୍କୁ ନେଇ ଘୋଡ଼ା ବେପାର ଓ ଅପରେସନ୍‌ ଲୋଟସକୁ ନେଇ ଜୋରସୋରରେ ଚର୍ଚ୍ଚା ହେଉଥିବାବେଳେ କୁହାଯାଉଛି ଯେ ଜଣେ ବରିଷ୍ଠ କଂଗ୍ରେସ ନେତା ମଧ୍ୟ ୟେଦୁରପ୍ପାଙ୍କୁ ‘ଅପରେସନ୍‌ ଲୋଟସ’ରେ ସହାୟତା କରୁଛନ୍ତି ।

ଜ୍ୟୋତିଷ କହିଛନ୍ତି ଯେ ଜାନୁଆରୀ ୧୯ ତାରିଖରେ ବିରୋଧୀ ଦଳର ୧୯ ଜଣ ବିଧାୟକ ବି.ଏସ୍‌ ୟେଦୁରପ୍ପାଙ୍କ ସପକ୍ଷରେ ଆସିବେ । ୧୦୪ ବିଧାୟକଙ୍କୁ ନେଇ ହରିଆଣାର ଗୁରୁଗ୍ରାମର ଏକ ହୋଟେଲରେ ରଖିଛି ବିଜେପି ।

ହୋଟେଲରେ ଥିବା ଜଣେ ନେତା କହିଥିଲେ ସେମାନେ ବେଙ୍ଗଲୁରୁରେ ୟେଦୁରପ୍ପା କୌଣସି ସଙ୍କେତକୁ ଅପେକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ମଧ୍ୟ କଂଗ୍ରେସ ବିଧାୟକମାନଙ୍କ ଉପରେ ସନ୍ତୁଷ୍ଟ ନାହାନ୍ତି । ଏଭଳି ସ୍ଥିତିରେ ଜ୍ୟୋତିଷଙ୍କ ଭବିଷ୍ୟବାଣୀ କେତେ ଦୂର ସତ ହେଉଛି, ତାହା ସମୟ କହିବ ।

Related Posts