ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳୀ। ତେବେ ଦୀପାବଳୀରେ ବାଣ ବ୍ୟବସାୟ ପାଇଁ ବ୍ୟବସାୟୀ ପ୍ରସ୍ତୁତ ହେଲେଣି। ଦୁଇବର୍ଷର କଟକଣା ପରେ ଚଳିତଥର ଭଲ ବ୍ୟବସାୟ ପାଇଁ ଆଶା ରଖିଛନ୍ତି ବ୍ୟବସାୟୀ। ତେବେ ଏସବୁ ଭିତରେ ଭୁବନେଶ୍ୱରରେ ବାଣ ବ୍ୟବସାୟ ପାଇଁ ବିଏମସି ପକ୍ଷରୁ ଦିଆଯିବ ଅନୁମତି। ଅନୁମତି ପାଇବାରେ ଆବେଦନକାରୀଙ୍କୁ ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ନପଡ଼େ ତାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି।
ଅନୁମତି ଦେବା ପାଇଁ ବିଏମସିର ୩ଟି ଯୋନର ଜୋନାଲ ଡେପୁଟି କମିଶନରଙ୍କୁ ଦିଆଯାଇଛି କ୍ଷମତା। ବିଏମସିର ମୋଟ ୬୭ଟି ୱାର୍ଡକୁ ୩ଭାଗରେ ବିଭକ୍ତ କରାଯାଇ ଅନୁମତି ପ୍ରଦାନ କ୍ଷମତା ଜୋନାଲ ଡେପୁଟି କମିଶନର ମାନଙ୍କୁ ପ୍ରଦାନ କରାଯାଇଛି ଏନେଇ ନିର୍ଦେଶନାମା ଜାରି କରିଛି ବିଏମସି।
