(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ସିଲ୍ ହେଲା ରାଜଧାନୀର ଏକ ବାର୍। ଖାରବେଳନଗର ଅଞ୍ଚଳ ଜନପଥରେ ଥିବା ମ୍ୟାଡ୍ ମୁଲ୍ ବାର୍ ଉପରେ ପୁଲିସ ଓ ବିଏମ୍ସି ପକ୍ଷରୁ ଚଢ଼ଉ କରି ବାର୍କୁ ସିଲ୍ କରିଛନ୍ତି । ବାର୍ ମ୍ୟାନେଜରଙ୍କୁ ଖାରବେଳ ନଗର ଥାନାରେ ଅଟକ ରଖିଛି ପୁଲିସ । ନାଇଟ୍ କର୍ଫ୍ୟୁ ନିୟମ ଉଲ୍ଲଂଘନ ଅଭିଯୋଗରେ ସାଉଥ୍ ଇଷ୍ଚ ଜୋନ୍ ଏବଂ ଖାରବେଳ ନଗର ଥାନା ପୁଲିସ୍ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାରକୁ ସିଲ୍ କରିଦିଆଯାଇଛି।
ସୂଚନାଯୋଗ୍ୟ ଯେ ରାଜ୍ୟ ସରକାରଙ୍କ ସେପ୍ଟେମ୍ବର ଗାଇଡଲାଇନ ଅନୁଯାୟୀ, ରାଜ୍ୟରେ ଏବେ ସବୁ ପୌରାଞ୍ଚଳରେ ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିଛି । ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଦୋକାନବଜାର ବନ୍ଦ ରହିବ । କିନ୍ତୁ ରାଜ୍ୟ ସରକାରଙ୍କ ଏ ଗାଇଡଲାଇନକୁ ବେଖାତିର କରି ମ୍ୟାଡ ମୁଲ ବାର ରାତି ୧ ଟା ପର୍ଯ୍ୟନ୍ତ ଖୋଲା ରହୁଥିଲା ।
ତେବେ ଖବର ପାଇ ପୁଲିସ୍ ଓ ବିଏମ୍ସି ଚଢ଼ଉ ବେଳେ ଦେଖିବାକୁ ପାଇଥିଲେ ନିଶାଶକ୍ତ ହୋଇ ବାର୍ ଭିତରେ ମତୁଆଲା ଥିଲେ ଅନେକ ଯୁବକ ଯୁବତୀ । ସବୁ ଠାରୁ ବଡ଼ କଥା ହେଲା ଏହି ବାର୍ର ମ୍ୟୁଜିକ୍ ଲାଇସେନ୍ସ ନାହିଁ । କିଛି ମାସ ତଳେ ଖାରବେଳନଗର ଥାନା ବାର୍ରେ ଚଢ଼ଉ କରି ମ୍ୟୁଜିକ୍ ସାମଗ୍ରୀ ଜବତ କରିଥିଲା ପୋଲିସ । ତେବେ ଶନିବାର ବିଳମ୍ବିତ ରାତିରେ ପୁଲିସ୍ ବିଏମ୍ସି ପକ୍ଷରୁ ଚଢ଼ଉ କରି ବାର୍କୁ ସିଲ୍ କରାଯାଇଛି । ପୂର୍ବରୁ ମଧ୍ୟ ଏହି ବାର୍ ଉପରେ ଅନେକ ଥର ଚଢ଼ଉ ହୋଇଛି ।
ସୂଚନାଯୋଗ୍ୟ ଯେ , ରାଜ୍ୟରେ କରୋନା ଏବେ ନିୟନ୍ତ୍ରୀତ ସ୍ଥିତିରେ ଥିବାରୁ କରୋନା କଟକଣାକୁ କୋହଳ କରାଯାଇଛି। ଜୀବନ, ଜୀବୀକାକୁ ପ୍ରାଥମିକତା ଦିଆଯାଇଛି ସବୁ ଅନୁଷ୍ଠାନକୁ ପ୍ରାୟତଃ ଖୋଲିବାକୁ ଅନୁମତି ଦିଆଯାଇଛି।