ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତିଙ୍କୁ ଭେଟିଲେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ

ଚର୍ଚ୍ଚାରେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ। ସେ ନିକଟରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କୁ ଭେଟିଥିବାର ଫଟୋ ଏବେ ଭାଇରାଲ୍ ହୋଇଚି । ଯାହାକୁ ନେଇ ଆରଂଭ ହୋଇଯାଇଛି ଚର୍ଚ୍ଚା ।
୨୦୧୬ରେ ଉରି ଆକ୍ରମଣ ପରେ ଭାରତ ଓ ପାକିସ୍ତାନର ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ବେଳେ ଭାରତ ପାକିସ୍ତାନୀ କଳାକାରଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି । ଉଭୟ ଦେଶ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଜାରି ରହିଛି । ଏହାମଧ୍ୟରେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତିଙ୍କୁ ଭେଟିବା କୁ ନେଇ ଚର୍ଚ୍ଚା ଜୋର ଧରିଛି ।

ସଞ୍ଜୟ ଦତ୍ତଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ସେ ପରଭେଜଙ୍କୁ ଭେଟୁଥିବା ଦେଖିବାକୁ ମିଳିଛି । ଉଭୟଙ୍କ ମଧ୍ୟରେ ଦୁବାଇରେ ଏହି ସାକ୍ଷାତକାର ହୋଇଥିଲା । ଭାଇରାଲ ଫଟୋକୁ ନେଇ କିଛି କହିଛନ୍ତି ଯେ, ସଞ୍ଜୟ ଦତ୍ତ ଜିମ୍‌ରେ ମୁଶାରଫଙ୍କୁ ଭେଟିଛନ୍ତି । ଆଇ କିଛି ବ୍ୟକ୍ତି ହଠାତ ଉଭୟଙ୍କ ମଧ୍ୟରେ ଭେଟଘାଟ ହୋଇଥିବା କହିଛନ୍ତି । ଫଟୋରେ ମୁଶାରଫ ହ୍ୱିଲ୍ ଚେୟାରରେ ବସିଥିବା ଦେଖିବାକୁ ମିଳିଛି । ସଞ୍ଜୟ ତାଙ୍କ ସହ କିଛି କଥା ହେଉଥିବା ମଧ୍ୟ ନଜର ଆସିଛି ।

ତେବେ ଫଟୋକୁ ଦେଖି କିଛି ୟୁଜର ମୁଶାରଫଙ୍କ ଆରୋଗ୍ୟ କାମନା କରିଛନ୍ତି । ଆଉ କିଛି ମୁଶାରଫଙ୍କୁ ଭେଟିବା ଟିକ୍ ନୁହେଁ ବୋଲି କହିଛନ୍ତି । ଆଉ କିଛି କାରଗିଲର ମାଷ୍ଟରମାଇଣ୍ଡକୁ ସଞ୍ଜୟ ସାକ୍ଷାତ କରିଥିବାରୁ ଟ୍ରୋଲ୍ କରିଛନ୍ତି ।

Related Posts