23 ଦିନରେ ଋଷ ଓ ୟୁକ୍ରେନ ଯୁଦ୍ଧ: ପୂର୍ବ ୟୁକ୍ରେନର ଏକ ସ୍କୁଲ ଉପରେ ଋଷର ରକେଟ୍ ମାଡ଼, ଅନେକ ମୃତ

23 ଦିନରେ ପହଂଚିଛି ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ । ଋଷ ସେନା ଆକ୍ରୋଶ ମୂଳକ ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରି ଚାଲିଥିବା ବେଳେ, ପୂର୍ବ ୟୁକ୍ରେନର ଖାରକିଭ୍ ଏବଂ ମେରେଫାରେ ଋଷ ପୁଣିଥରେ ଆକ୍ରମଣ କରିଛି । ଋଷର ରକେଟ ମାଡରେ ସ୍କୁଲ ଏବଂ ବିଭିନ୍ନ କମ୍ୟୁନିଟି ସେଂଟର ଧ୍ୱସ୍ତ ବିଧ୍ୱସ୍ତ ହୋଇଛି । ଏଥିରେ ୨୧ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି । ମୃତକମାନେ ଏକ ସ୍କୁଲରେ ଆକ୍ରମଣ ଭୟରେ ଲୁଚିଥିଲେ । ଏହି ଆକ୍ରମଣରେ ଅନେକ ଆହତ ହୋଇଥିବା ଜଣାପଡିଛି । ମେରେଫାର ମେୟର, ଋଷର ରକେଟ ମାଡ ନେଇ ସୂଚନା ଦେଇଛନ୍ତି ।

ସେପଟେ ଋଷ ୟୁକ୍ରେନ ରେ ତାଣ୍ଡବ ରଚୁଥିବା ବେଳେ, ନିଜ ଜିଦ୍ ରେ ଅଟଳ ରହିଛନ୍ତି ଉଭୟ ଦେଶ ।
ଅନ୍ତର୍ଜାତୀୟ କୋର୍ଟଙ୍କ ନିର୍ଦ୍ଦେଶ ପରେ ବି ମାନୁନିି ମସ୍କୋ । ରାଜଧାନୀ କିଭରେ ଏକ ୧୬ ମହଲା କୋଠା ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି ଋଷ ସେନା । କୋଠାର ଅନେକ ଅଂଶ ନଷ୍ଟ ହୋଇଯାଇଥିବା ବେଳେ ୩୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ସେପଟେ ଆଇସିଜେ ନିର୍ଦ୍ଦେଶକୁ ଋଷ ଅଗ୍ରାହ୍ୟ କରି ଦେଇଛି । ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଇଂଟରନାସନାଲ୍ କୋର୍ଟ ଅଫ୍ ଜଷ୍ଟିସ୍ । ଆଇସିଜେର ନିର୍ଦ୍ଦେଶକୁ ଅଗ୍ରାହ୍ୟ କରିବା ସହ ଋଷ କହିଛି, ଉଭୟ ପକ୍ଷ ମଧ୍ୟରେ ସହମତି ହେଲେ ଯୁଦ୍ଧ ବନ୍ଦ ହେବ । ୟୁକ୍ରେନ ଯଦି ସମସ୍ତ ପ୍ରସ୍ତାବ କୁ ମାନିବ ତେବେ ଯୁଦ୍ଧ ବନ୍ଦ ହେବ ଋଷ ପକ୍ଷରୁ କୁହାଯାଇଛି ।

Related Posts