ସ୍କୁଲ ନିକଟରେ ବିସ୍ଫୋରଣ, ଦୁଇ ଛାତ୍ର ଗୁରୁତର

ବିଦ୍ୟାଳୟରେ ଫୁଟିଲା ବୋମା । ଗଂଜାମ ଜିଲ୍ଲା ଆସିକା ଥାନା ମାଗୁରାଗାଁ ସରକାରୀ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ବୋମା ବିସ୍ଫୋରଣ ଘଟି ବିଦ୍ୟାଳୟର ଦୁଇ ଛାତ୍ର ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଆସିକା ମାଗୁଣା ଗାଁ ସ୍କୁଲ ନିକଟରେ ବିସ୍ଫୋରଣ ହୋଇଛି । ସ୍କୁଲ ଯିବା ସମୟରେ ବିସ୍ଫୋରଣ ହେବା ଫଳରେ ସ୍କୁଲର ଦୁଇ ଜଣ ଛାତ୍ର ଗୁରୁତର ହୋଇଛନ୍ତି । ଦୁଇ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଆସିକା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି । ପରେ ଅବସ୍ଥା ଅଧିକ ଗୁରୁତର ହେବାକୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ଦୁଇ ଛାତ୍ର ୭ମ ଶ୍ରେଣୀର ଛାତ୍ର ରାଜା ନାହକ ଏବଂ ତନ୍ମୟ ସାହୁ । ସେମାନଙ୍କ ହାତ, ମୁହଁ ଏବଂ ଗାଲରେ ଆଘାତ ଲାଗିଛି ।

ମାଗୁଣା ନିକଟରେ ଥିବା ପାହାଡରେ ପଥର ବିସ୍ଫୋରଣ କରାଯାଉଥିଲା । ପିଲାମାନେ ସେହି ବାଟ ଦେଇ ଯିବାବେଳେ ବିସ୍ଫୋରକକୁ ହାତରେ ଧରିଥିଲେ । ଫଳରେ ସେମାନଙ୍କ ହାତରେ ତାହା ବିସ୍ଫୋରଣ ହୋଇଯାଇଥିଲା । ଫଳରେ ଦୁଇ ଜଣ ଛାତ୍ର ଗୁରୁତର ହୋଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Related Posts