କିଏ ହେବେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ?

କେନ୍ଦ୍ରକୁ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ରାଜେଶ ବର୍ମା । ଶ୍ରୀ ବର୍ମାଙ୍କୁ କେନ୍ଦ୍ର ଓ କୃଷକ ସଶକ୍ତୀକରଣ ମନ୍ତ୍ରଣାଳୟକୁ ପଠାଯାଇଛି । ଶ୍ରୀ ବର୍ମାଙ୍କୁ କେନ୍ଦ୍ର ଓ କୃଷକ ସଶକ୍ତୀକରଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବଭାବେ ନିଯୁକ୍ତି ଦିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ, ୨୦୧୭ ଜାନୁୟାରୀ ମାସରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଥିବା ଶ୍ରୀ ବର୍ମା ପରେ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାକୁ ପଦୋନ୍ନତି ପାଇଥିଲେ । ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ରାଜ୍ୟ ସରକାରଙ୍କ ତାଙ୍କୁ ଅନୁମତି ପ୍ରଦାନ କରିଥିଲେ। ଶ୍ରୀ ବର୍ମା କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ କେଉଁ ଅଫିସରଙ୍କୁ ଅବସ୍ଥାପିତ କରାଯିବ ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି।

୧୯୯୨ ବ୍ୟାଚ୍ ଆଇଏଏସ ତଥା ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଦେଓରଞ୍ଜନ ସିଂହ ଓ ୧୯୯୪ ବ୍ୟାଚ୍ ଆଇଏଏସ୍ ତଥା ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି.ମାଥିଭାଥାନନଙ୍କ ନାଁ ଏହି ପଦବୀ ପାଇଁ ସବୁଠୁ ଆଗରେ ରହିଛି।

Related Posts